Only for Entertainment

ପତ୍ନୀ ଦୀପିକାଙ୍କୁ ଏହି ଖାସ ନାମରେ ଡାକନ୍ତି ରଣବୀର ସିଂ ।

bollywood tadka
30

ବଲିଉଡ ଆକ୍ଟର ରଣବୀର ସିଂ ପତ୍ନୀ ଦୀପିକାଙ୍କର କେତେ ବଡ଼ ଦିୱାନା ଏହି କଥା କାହାକୁ ଅଛପା ନାହିଁ । ଏବେ ରଣବୀର ସିଂଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓ ଫିଲ୍ମ ଗଲିବଏର ପ୍ରମୋଶନ ସମୟର । ଭିଡ଼ିଓରେ ରଣବୀରଙ୍କ ସହିତ ଆଲିୟା ଭଟ୍ଟ ନଜର ଆସିଛନ୍ତି । ଦୁଇଜଣ ଏକ ଫନ ଗେମ ଖେଳୁଥିବାର ନଜର ଆସିଛନ୍ତି । ରଣବୀରଙ୍କ ସହିତ ଅଛି ଦୀପିକାଙ୍କ ନାମର ଏକ କ୍ଲୁ କାର୍ଡ଼ । ଯେଉଁଥିରେ ଲେଖାଥିବା ନାମ ତାଙ୍କୁ ଦେଖା ଯାଉନାହିଁ । ଆଲିୟା ତାଙ୍କୁ କ୍ଲୁ ଦେଉଛନ୍ତିଯେ ଯାହାର ନାମ ଅଛି ସେ ମୋ ଦିଦି । ତାଙ୍କ ଆଖିଖୁବ ସୁନ୍ଦର, ଏବେ କୁହ ସେ କିଏ?

ଏଥିରେ ରଣବୀର ଉତ୍ତର ଦେଉଛନ୍ତି ‘ ୟେ ତୋ ମେରୀ ୱାଲି’ । ଏଥିରେ ଆଲିୟା ତାଙ୍କୁ ନାମ କହିବାକୁ କହୁଛନ୍ତି । ରଣବୀର କହୁଛନ୍ତି ମିସେସ ରଣବୀର ସିଂ । ପୂରା ନାମ ପଚାରିବାରୁ କହୁଛନ୍ତି ମିସେସ ଦୀପିକା ରଣବୀର ସିଂ ଭବନାନୀ ପାଦୁକୋଣ ।
କହିରଖୁଛୁଯେ ୧୪ ଫେବୃୟାରୀକୁ ଫିଲ୍ମ ଗଲିବଏ ରିଲିଜ ହୋଇଛି ଏବଂ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More