Only for Entertainment

ଦୀପିକାଙ୍କ ସାମ୍ନାରେ ଟେବଲରେ ଚଢି ରଣବୀର ଏଭଳି କଲେ ଡ୍ୟାନ୍ସ,ଲୋକଙ୍କ ନଜର ହଟିଲା ନାହିଁ ।

amarujala
0 57

ରଣବୀର ଫିଲ୍ମରେ ନିଖୁଣ ଅଭିନୟ କରନ୍ତି ଏହା ସମସ୍ତେ ଜାଣନ୍ତି । କିନ୍ତୁ କେବଳ ଫିଲ୍ମରେ ନୁହେଁ ବରଂ କୌଣସି ପାର୍ଟି କିମ୍ବା ଫଙ୍କସନରେ ମଧ୍ୟ ଖୁବ ଝୁମନ୍ତି ରଣବୀର । ଲୋକଙ୍କ ମନୋରଂଜନ କରିବା ସହ ନିଜେ ଉପଭୋଗ କରନ୍ତି ଏବଂ ମିଡିଆ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜନ୍ତି । ଏହାର ପ୍ରମାଣ ରଣବୀର ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ରିସେପସନ ପାର୍ଟିରେ ଦେଇ ସାରିଛନ୍ତି । ଏହି ମଧ୍ୟରେ ରଣବୀରଙ୍କର ଅନ୍ୟ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଦୀପିକାଙ୍କ ସାମ୍ନାରେ ଟେବଲ ଉପରେ ଚଢି ଡ୍ୟାନ୍ସ କରିଛନ୍ତି ।

ନିକଟରେ ରଣବୀରଙ୍କ ଭଉଣୀ ରୀତିକାଙ୍କର ଜନ୍ମଦିନ ଥିଲା । ତେଣୁ ଦୀପିକାଙ୍କ ସହିତ ମିଶି ରଣବୀର ପାର୍ଟିର ଆୟୋଜନ କରିଥିଲେ । ତେଣୁ ସେହି ଖୁସିରେ ଖୁବ ଧମାଲ ମଚାଇଛନ୍ତି ରଣବୀର । ଗୋଟିଏ ଭିଡ଼ିଓରେ ସେ ତାଙ୍କ ଭଉଣୀଙ୍କ ପାଇଁ ଗୀତ ଗାଉଛନ୍ତି ।

ଏହି ଭିଡ଼ିଓରେ ଆପଣ ଦେଖି ପାରୁଥିବେଯେ ରଣବୀର ଡ୍ୟାନ୍ସ କରି କରି ଟେବଲ ଉପରକୁ ଚଢି ଯାଇଛନ୍ତି । ଦିଲ ଧଡ଼କନେ ଦୋ,ମେଁ ଡାଲୁ ତାଲ ଭାଙ୍ଗଡ଼ା ଏବଂ ରିଷି କପୁରଙ୍କ ପ୍ରସିଦ୍ଧ ଗୀତ ଓମ ଶାନ୍ତି ଓମ ଗୀତରେ ଡ୍ୟାନ୍ସ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More