ଶୋ’ରୁମରେ ବ୍ୟାଗ ଦେଖୁଥିଲେ ରଣବୀର ସିଂ, ଫ୍ୟାନ୍ସ ପଚାରିଲେ-ଦୀପିକା ପାଦୁକୋଣ କେଉଁଠି ?
ନୂଆ ବର୍ଷ ପାଖେଇ ଆସିଲାଣି, ସେହିପରି ରଣବୀର ଦୀପିକାଙ୍କ ପାଇଁ ଖାସ ଉପହାର କିଣୁଥିବାର ସ୍ପଟ ହୋଇଛନ୍ତି । ଦୀପିକା ଏବେ ନିଜ ଅପକମିଂ ଫିଲ୍ମ ଛପାକ ପାଇଁ ବ୍ୟସ୍ତ ଥିବା ବେଳେ ରଣବୀର ତାଙ୍କ ପାଇଁ ସପିଂ କରୁଥିବାର ସ୍ପଟ ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରଣବୀରଙ୍କ ସହ ତାଙ୍କ ଭଉଣୀ ରିତିକା ମଧ୍ୟ ନଜର ଆସିଛନ୍ତି । ଅର୍ଥାତ ସେ ତାଙ୍କ ଭଉଣୀଙ୍କ ଠାରୁ ଉପହାର କିଣିବା ପାଇଁ ସାହାଯ୍ୟ ନେଉଥିବାର ନଜର ଆସିଥିଲେ ।
ତେବେ ରଣବୀରଙ୍କୁ ପ୍ରଶଂସକ ଏକା ଦେଖି ପ୍ରଶ୍ନ କରିଛନ୍ତି ଯେ ଦୀପିକା କେଉଁଠି । ଅସଲରେ ଦୀପିକା ଏବଂ ରଣବୀରଙ୍କୁ ଅନେକ ସମୟରେ ସପିଂ କରୁଥିବାର ଦେଖିବାକୁ ମିଳିଥାଏ । ମାତ୍ର ଏଥର ସେ ଏକା ଦୀପିକାଙ୍କୁ ସରପ୍ରାଇଜ ଦେବେ ବୋଲି ଭାବିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ରଣବୀର ସିଂ ଫିଲ୍ମ ୮୩ରେ ଦୀପିକାଙ୍କ ସହ ଆସନ୍ତା ବର୍ଷ ନଜର ଆସିବେ । ସେହିପରି ଦୀପିକା ତାଙ୍କ ଅପକମିଂ ଫିଲ୍ମ ଛପାକ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ କପିଲ ଶର୍ମା ଶୋ’ରେ ମଧ୍ୟ ପହଂଚି ମସ୍ତାନୀ ଖୁବ ମସ୍ତି କରିଥିଲେ ।