Only for Entertainment

ମହିଳା ଦିବସରେ ସ୍କର୍ଟ ପିନ୍ଧିଲେ ରଣବୀର୍ ସିଂ !

bollywoodlife
0 55

ବଲିଉଡ୍ ଅଭିନେତା ରଣବୀର୍ ସିଂ, ନିଜ ଅଭିନୟ ପାଇଁ ଯେତିକି ଲୋକପ୍ରିୟ ସେତିକି ମଶହୁର୍ ନିଜ ଭିନ୍ନ ପୋଷାକ ପରିଧାନ ପାଇଁ । ମାୟାନଗରୀରରେ ଭିନ୍ନ ଭିନ୍ନ ଅକେଜନରେ ଅଭିନେତା ରଣବୀର୍ ସିଂ ନଜର ଆସନ୍ତି ନିଜ ୟୁନିକ୍ ଡ୍ରେସିଂ କୋଡ୍ ସହ । କେତେବେଳେ କୋର୍ଟସହ ସ୍କର୍ଟ ପିନ୍ଧି ନଜର ଆସନ୍ତି, ତ ପୁଣି କେତେବେଳେ ବ୍ଲେଜର୍ ପ୍ୟାଂଟ୍ ଉପରେ ସ୍କର୍ଟ । ନିଜ ଏଭଳି ଭିନ୍ନ ଡ୍ରେସିଂ ସେନ୍ସ ପାଇଁ ରଣବୀର୍ କେତେବେଳେ ସମାଲୋଚିତ ହୁଅନ୍ତି ତ ପୁଣି କେତେବେଳେ ଟ୍ରୋଲ ହୁଅନ୍ତି । କେହି କେହି ତାଙ୍କ ୟୁନିକ୍ ପର୍ସନାଲିଟି ପାଇଁ ରଣବୀରଙ୍କ ତାରିଫ ମଧ୍ୟ କରନ୍ତି ।

ତେବେ ନିକଟରେ ପୁଣିଥରେ ଅଭିନେତା ରଣବୀର୍ ସିଂଙ୍କୁ ଏମିତି ଏକ ଭିନ୍ନ ଡ୍ରେସିଂ କୋଡ୍ ସହ ଦେଖିବାକୁ ମିଳିଥିଲା । ମହିଳା ଦିବସ ଅବସରରେ ଅଭିନେତା ରଣବୀର୍ ନଜର ଆସିଥିଲେ ଗ୍ରୀନ୍ କଲର୍ ସ୍କର୍ଟ ଧଳା ରଙ୍ଗର ଟି-ସାର୍ଟ ଓ ୟେଲୋ କଲର୍ ହ୍ୟାଟ୍ ସହ । ଆଗାମି ଫିଲ୍ମ ଗଲ୍ଲି ବୟର ସୁଟିଂ ସେଟରେ କିଛି ଏଭଳି ଲୁକ୍ ସହ ପହଁଚିଥିଲେ ରଣବୀର୍ । ତେବେ ନିଜର ଏହି ଭିନ୍ନ ଲୁକ୍ ବିଷୟରେ ସେ ବିସ୍ତୃତରେ ବଖାଣି ଥିଲେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆଗରେ ।

ପ୍ରିୟଙ୍କାଙ୍କ ସହ ଏକ ଲାଇଭ୍ ଭିଡିଓ ଚାଟ୍ କରିବା ବେଳେ ରଣବୀର କହିଥିଲେ ସେ କିଭଳି ମହିଳା ଦିବସରେ ମହିଳାଙ୍କୁ ସମ୍ମାନ ଦେବା ପାଇଁ ସ୍କର୍ଟ ପିନ୍ଧି ସୁଟିଂ ସେଟରେ ପହଁଚିଥିଲେ । ପୁରା କଥା ହେଲା ମହିଳା ଦିବସ ପାଇଁ ନିର୍ଦ୍ଦେଶକ ଜୋୟା ଅଖତର୍ ନିଜ ଆଗାମୀ ଫିଲ୍ମ ଗଲ୍ଲି ବୟର ସମସ୍ତ ସଦସ୍ୟଙ୍କୁ ସ୍କର୍ଟ ପିନ୍ଧି ଆସିବା ପାଇଁ କହିଥିଲେ । ଆଉ ସୁଟିଂ ସେଟ୍ରେ ସମସ୍ତେ ସ୍କର୍ଟ ପିନ୍ଧି ହିଁ ପହଁଚିଥିଲେ । ଟେକ୍ନିସିୟାନଙ୍କ ଠାରୁ ଆରମ୍ଭ କରି କଳାକାର । ମହିଳା ପୁରୁଷ ସଭିଁଏ ସ୍କର୍ଟ ପିନ୍ଧି ପହଁଚିଥିଲେ ସେଟରେ । ଆଉ ଏ ବିଷୟରେ ଅଭିନେତା ରଣବୀର ଲାଇଭ୍ ଭିଡିଓରେ ପ୍ରିୟଙ୍କାଙ୍କୁ ବଖାଣି ଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ ରଣବୀର୍ ସ୍କର୍ଟରେ ନଜର ଆସିଛନ୍ତି । ଆଗରୁ ଅନେକ ଇଭେଂଟ୍ରେ ସ୍କର୍ଟରେ ନଜର ଆସିଛନ୍ତି ରଣବୀର୍ । ପୋଷାକ ପରିଧାନରେ ତାଙ୍କ ୟୁନିକ୍ ଷ୍ଟାଇଲ୍ ପାଇଁ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇପାରିଛନ୍ତି ରଣବୀର ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More