Only for Entertainment

ରଣବୀର ସିଂଙ୍କ ଏନକାଉଂଟର ତ ଦୀପିକା କରିଛନ୍ତି ବୋଲି କହିଲେ ସାରା ଅଲୀ ଖାନ !

17

ସୈଫ ଅଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲୀ ଖାନ ଲଗାତାର ନିଜର ଖୋଲାଖୋଲି ବୟାନ ଯୋଗୁଁ ଚର୍ଚ୍ଚାରେ ରହି ଆସଛନ୍ତି । ନିଜ ଫିଲ୍ମ ସିମ୍ବାର ଟ୍ରେଲର ଲଂଚ ସମୟରେ ସାରା ଏକ ପ୍ରଶ୍ନର ଉତ୍ତର ଖୁବ ଖୋଲାଖୋଲି ଭାବେ ଦେଇଥିଲେ । ସେ କହିଥିଲେ ଯେ ରଣବୀର ସିଂଙ୍କ ଏନକାଉଂଟର ତ ଦୀପିକା ପାଦୁକୋଣ ଭଳି ସିଂହୀ କରିଛନ୍ତି । ସେ ଲଗାତାର , ବାରବାର ତାଙ୍କ ରଣବୀରଙ୍କ ଏନକାଉଂଟର କରିଥିବା କହିଛନ୍ତି ସାରା । ଏଠାରେ ସାରା ରଣବୀର-ଦୀପିକାଙ୍କ ବିବାହ ପାଇଁ ଲଗାତାର ରିସେପସନକୁ ନିଶାନା କରି କହିଥିଲେ ।
ପ୍ରଥମେ କେଦାରନାଥ ଏବଂ ଏହାର ଠିକ ୨ସପ୍ତାହ ପରେ ଏବେ ସିମ୍ବା ରିଲିଜ ପାଇଁ ସାରା କହିଛନ୍ତି ଯେ ଦୁଇଟି ଯାକ ଫିଲ୍ମକୁ ନେଇ ନର୍ଭସ ଅଛନ୍ତି , ଏହାସହ ଉତ୍ସାହ ମଧ୍ୟ ଅଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସାରାଙ୍କ ଫିଲ୍ମ ‘କେଦାରନାଥ‘ ଡିସେମ୍ବର ୭ରେ ରିଲିଜ ହେବାକୁ ଯାଉଛି ଏବଂ ଏହାର ଠିକ ୨୦ଦିନ ପରେ ‘ସିମ୍ବା’ରିଲିଜ ହେବ । ସିମ୍ବାରେ ରଣବୀର ଏବଂ ସାରାଙ୍କ ବ୍ୟତୀତ ସୋନୁ ସୁଦ, ବୃଜେଶ ହିରେଜ, ପ୍ରକାଶ ରାଜ ଏବଂ ଆଶୁତୋଷ ରାଣା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମରେ ଅକ୍ଷୟ କୁମାର, ଅଜୟ ଦେବଗନ, ଶ୍ରେୟସ ତାଲପଡେ, ଅରସଦ ବାରସୀ, ତୁଷାର କପୂର ଏବଂ କୁଣାଳ ଖେମୁ ଗେଷ୍ଟ କଳାକାର ଭାବେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋହିତ ସେଟ୍ଟୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More