Only for Entertainment

ଯୋଗ ଦିବସରେ ରାହୁଲ କରିଥିବା ଟୁଇଟ୍‌କୁ ନେଇ ଏହି ଅଭିନେତା ଦେଲେ କଡା ଜବାବ !

35

ବଲିଉଡ୍‌ ଏବଂ ରାଜନୀତି ମଧ୍ୟରେ ସଂପର୍କ ବେଶ ସୁଦୃଢ଼ । ବିଗତ ଅତୀତରେ ଅନେକ ବଲିଉଡ୍‌ କଳାକାର ରାଜନୀତିରେ ଯୋଗ ଦେଇ ନିଜର ଦକ୍ଷତାକୁ ପ୍ରମାଣ କରିଛନ୍ତି । ଲୋକସଭା ନିର୍ବାଚନ ୨୦୧୯ରେ ଅନେକ କଳାକାରମାନଙ୍କୁ ରାଜନୀତିରେ ଯୋଗ ଦେଇଥିବା ଦେଖା ଯାଇଥିଲା । ସେ ମଧ୍ୟରେ କିଛି ବିଜୟ ହାସଲ କରିବା ସହ କିଛି ନିରାଶ ହୋଇଥିଲେ । ତେବେ ଆମେଥିରୁ ରାହୁଲ ଗାନ୍ଧୀ ହାରିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥିରୁ ସ୍ମୃତି ଇରାନୀ ରାହୁଲଙ୍କୁ ପଛରେ ପକାଇ ବିଜୟ ହାସଲ କରିଥିଲେ । ତେବେ ନିର୍ବାଚନଠାରୁ ଚର୍ଚ୍ଚାରେ ରହି ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦିବସରେ କରିଥିବା ଟୁଇଟ୍‌କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଟୁଇଟ୍‌କୁ ନେଇ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ବଲିଉଡ୍‌ ଅଭିନେତା ରଣବୀର ସୌରୀ ଟୁଇଟ୍‌ରରେ ରାହୁଲଙ୍କୁ ତାଙ୍କ ଟୁଇଟ୍‌ର କଡ଼ା ଜବାବ ଦେଇଛନ୍ତି ।

ସୂଚନା ମୁତାବକ, ଯୋଗ ଦିବସରେ ଆର୍ମି ଡଗ୍‌ ୟୁନିଟ୍‌ର ଦୁଇଟି ଫଟୋ ସେୟାର କରି କ୍ୟାପ୍‌ସନରେ ନ୍ୟୁ ଇଣ୍ଡିଆ ଲେଖିଥିଲେ ରାହୁଲ । ଏହାକୁ ଦେଖି ରଣବୀର ଲେଖିଲେ, ନ୍ୟୁ ଇଣ୍ଡିଆ ସେତେବେଳେ ହେବ, ଯେତେବେଳେ ତୁମେ ଏବଂ ତୁମ ପରିବାର ରାଜନୀତି ଛାଡ଼ିବ । ତେବେ ରଣବୀରଙ୍କ ଏଭଳି ଟୁଇଟ୍‌ ପରେ କିଛି କଂଗ୍ରେସ ସମର୍ଥକ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More