Only for Entertainment

ସଙ୍ଗୀତ ପରେ ଅଭିନୟରେ ଭାଗ୍ୟ ପରୀକ୍ଷା କରିବେ ବାଦଶାହ

you tube
18

ଗତ କିଛି ବର୍ଷ ହେବ ଗୋଟିଏ ପରେ ଗୋଟିଏ ହିଟ ଗୀତ ଦେଇଆସୁଥିବା ପଞ୍ଜାବୀ ର‌୍ୟାପର ସିଙ୍ଗର ବାଦଶାହା ଏବେ ସିନେମାରେ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତିି । ଶୁଣିବାକୁ ମିଳିଛି ଯେ, ସେ ନିର୍ଦ୍ଦେଶିକା ଶିଳ୍ପୀ ଦାସ ଗୁପ୍ତାଙ୍କ ସିନେମାରୁ ଡେବ୍ୟୁ କରିବାକୁ ଯାଉଛନ୍ତି ବାଦଶାହା । ଏହି ସିନେମାରେ ସୋନାକ୍ଷୀ ସିହ୍ନା, ବରୁଣ ଶର୍ମା, ଅନୁ କପୁର, କୁଲଭୁଷଣ ଖରବିନ୍ଦା ଓ ନାଦିରା ବବର ଆଦି କଳାକାରଙ୍କୁ ଦେଖିବାକୁ ମିଳିବ ।

Badshah-e_d

ବାଦଶାହା କହିଛନ୍ତି କି, ଏହି ସିନେମାକୁ ନେଇ ସେ ବହୁତ ଆଶାବାଦୀ ଥିବା ବେଳେ ବହୁତ ଖୁସି ମଧ୍ୟ ଅଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି କି, ଚଳିତ ବର୍ଷ ସେ ପ୍ରଡ୍ୟୁସର ଭାବେ ବି ଡେବ୍ୟୁ କରିଛନ୍ତି । ଏହି ଚରିତ୍ର ପାଇଁ ତାଙ୍କ ପରଫେକ୍ଟ ବୋଲି ପ୍ରଡ୍ୟୁସର ତାଙ୍କୁ କହିଛନ୍ତି ।

ଏହି ସିନେମାର ପ୍ରଡ୍ୟୁସର ଭୁଷଣ କୁମାର କହିଛନ୍ତି କି, ମୁଁ ଯେତବେଳେ ଏହି ସ୍କ୍ରିପ୍ଟ ପଢିଲି, ମୋ ମୁଣ୍ଡରେ ବାଦଶାହଙ୍କ ଛବି ଥିଲା । ମୋତେ ଖୁସି ଲାଗୁଛି କି, ବାଦଶାହା ଏହି ଚରିତ୍ର କରିବାକୁ ରାଜି ହେଲେ । ମୁଁ ବାଦଶାହାଙ୍କ ସହିତ ଆଗରୁ ମଧ୍ୟ କେତେକ ପ୍ରୋଜେକ୍ଟରେ କାମ କରି ସାରିଛି । ବର୍ତ୍ତମାନ ଏହି ସିନେମାର ନାମ ଘୋଷଣା କରାଯାଇନଥିଲେ ମଧ୍ୟ ଶୁଣିବାକୁ ମିଳିଛି କି, ଷ୍ଟାରକାଷ୍ଟ ଶେଷ ହୋଇଛି ଓ ବହୁତ ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More