Only for Entertainment

ରଥଯାତ୍ରା ସମୟରେ କାହିଁକି ହୋଇଥାଏ ବର୍ଷା ? ଜାଣନ୍ତୁ ଏହିପରି କିଛି ଅଲୌକିକ ଘଟଣା ବିଷୟରେ ।

Spirituality
0 1,225

ଭାରତର ଚାରି ଧାମ ମଧ୍ୟରେ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ । ଏହି ମନ୍ଦିର ବହୁତ ପ୍ରସିଦ୍ଧ ତଥା ଲୋକପ୍ରିୟ । ଦେଶ ବିଦେଶରୁ ଭଗବାନଙ୍କ ଦର୍ଶନ ପାଇଁ ଏଠାରୁ ଆସନ୍ତି ଲକ୍ଷ ଲକ୍ଷ ପର୍ୟ୍ୟଟକ । ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତୀ ମାଟିର ନୁହଁରେ ଲିମ୍ବ କାଠରେ ତିଆରି ହୋଇଛି । ଏହାସହ ପ୍ରତି ୧୨ ବର୍ଷରେ ଭଗବାନଙ୍କ ଏହି ମୂର୍ତ୍ତୀକୁ ବଦଳାଯାଏ । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ମହିମା କାହାକୁ ବି ଅଜଣା । ଶ୍ରୀଜିଉଙ୍କ ରଥଯାତ୍ରା ସମୟରେ କିଛି ଏଭଳି ଅଲୌକିକ ଘଟଣା ଘଟିଥାଏ, ଯାହାକୁ ଅନ୍ଧବିଶ୍ୱାସ ବୋଲି କହୁଥିଲେ ମଧ୍ୟ ତାହା ଆପଣା ଛାଏଁ ବାସ୍ତବରେ ପରିଣତ ହୋଇଯାଇଛି ।

ଏଭଳି ଏକ ଘଟଣା ହେଉଛି ରଥ ଯାତ୍ରା ସମୟରେ ହେଉଥିବା ବର୍ଷା । ଯାହାକି ଖୁବ୍ ଲୋକଙ୍କୁ ଜଣାଥିବ । ଆପଣ ଦେଖିଥିବେ କି ମହାପ୍ରଭୁଙ୍କ ରଥଯାତ୍ରା ଦିନ ନିଶ୍ଚିତ ଭାବରେ ବର୍ଷା ହୋଇଥାଏ । ଯେବେଠାରୁ ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇଛି ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଏଭଳି କେବେ ଘଟି ନାହିଁ କି ଶ୍ରୀଜିଉଙ୍କ ରଥଯାତ୍ରା ଦିନ ହୋଇ ନଥିବ । ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାପ୍ରଭୁଙ୍କ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଆଜି ପର୍ଯ୍ୟନ୍ତ ବର୍ଷା ହୋଇଥାଏ । ଏହା କିପରି ସମ୍ଭବ । ଆପଣ ଏହାକୁ ମହାପ୍ରଭୁଙ୍କ କୌଣସି ଚମକ୍ରାର ତଥା ମହିମା ବୋଲି ବିଶ୍ୱାସ କରିପାରନ୍ତି । କାରଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଚଳନ୍ତି ପ୍ରତିମା । ସେ କେବେ କାହାର ଦୁଃଖ ଦେଖିପାରନ୍ତି ନାହିଁ । କୌଣସି ଭକ୍ତ ଯେପରି କଷ୍ଟ ନପାଉ ସେଥିପାଇଁ କାଳିଆଠାକୁର ଏହି ବର୍ଷାଜଳ ମାଧ୍ୟମରେ ଭକ୍ତଙ୍କର ଦୁଃଖ ଲାଘବ କରିଥାନ୍ତି ।

puri-temple-temple

ସେହିପରି ମହାପ୍ରଭୁଙ୍କ ମନ୍ଦିର ଉପରେ ଲଗାଯାଇଥିବା ସୁଦର୍ଶନ ଚକ୍ରର ମଧ୍ୟ ଅଲଗା ମହିମା ରହିଛି । ଶ୍ରୀ କ୍ଷେତ୍ରର କୌଣସି ବି ସ୍ଥାନରେ ଠିଆ ହୋଇ ଯଦି ଆପଣ ମନ୍ଦିରରେ ଲାଗିଥିବା ସୁଦର୍ଶନ ଚକ୍ରକୁ ଦେଖିବେ ତେବେ ତାହା ସାମ୍ନାରେ ହିଁ ଲଗାଯାଇଥିବାର ଦେଖିବାକୁ ପାଇବେ । ମନ୍ଦିରରେ ଲାଗିଥିବା ପତିତପାବନ ବାନା ତଥା ମହାପ୍ରଭୁଙ୍କ ନେତ ସବୁବେଳେ ପବନ ବହିବାର ବିପରିତ ଦିନରେ ଉଡିଥାଏ । ସେହିପରି ଦିନ ତମାମ ପବନ ସମୁଦ୍ରରୁ ସ୍ଥଳ ଭାଗ ଆଡକୁ ବହି ଥାଏ ହେଲେ ସଂନ୍ଧ୍ୟା ହେବା ମାତ୍ରକେ ତାହା ବିପରିତ ଦିଗରେ ପ୍ରବାହିତ ହୋଇଥାଏ ।

ଏହାସହ ପୁରୀ ମନ୍ଦିର ସହିତ ଅନେକ ଅସାହିତ ପ୍ରଶ୍ନ ଯୋଡି ହୋଇଛି ଯାହା ଆଜିକାଲି ବିଜ୍ଞାନ ଓ ଜ୍ଞାନକୌଶଳ ଯୁଗରେ ମଧ୍ୟ ସମାଧାନ ହୋଇପାରି ନାହିଁ । ଆସନ୍ତୁ ଜାଣିବା ଏପରି କିଛି ସମାଧାନ ହୋଇପାରୁ ନଥିବା ପ୍ରଶ୍ନ ବିଷୟରେ ।

– ପବନ ବୋହୁଥିବାର ବିପରୀତ ଦିଗରେ ମନ୍ଦିରର ଧ୍ୱଜା ଉଡୁଥାଏ ।

– ମନ୍ଦିରର ଉପର ଦେଇ କୌଣସି ପକ୍ଷୀ କିମ୍ବା ବିମାନ କେବେ ଯାଏ ନାହିଁ ।

– ଷାଠିଏ ପଉଟି ଖାଦ୍ୟ କାହିଁକି କମ କିମ୍ବା ଅଧିକ ହୁଏ ନାହିଁ ।

– ଜଗନ୍ନାଥ ମନ୍ଦିରର ଛାଇ କେବେ ଦେଖାଯାଏନି ।

– ପୁରୀ ସମୁଦ୍ରରୁ ଓଲଟା କାହିକି ବୋହେ ପବନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More