Only for Entertainment

ବଜାରକୁ ଆସୁଛି ଏକ ସ୍ୱତନ୍ତ୍ର ଡିଭାଇସ୍‌, ବାଇକ୍‌ ଚୋରୀ ଭୟରୁ ମିଳିବ ମୁକ୍ତି !

Home Spa Goddess
0 22

ବାଇକ୍‌ ଚୋରିରୁ ରକ୍ଷା କରିବା ପାଇଁ ଖୁବ୍‌ ଶୀଘ୍ର ବଜାରକୁ ଆସୁଛି ଏକ ସ୍ୱତନ୍ତ୍ର ଡିଭାଇସ୍‌। ଏହାଦ୍ୱାରା ଏଣିକି ଚାବିରେ ନୁହେଁ ବରଂ ପାସୱାର୍ଡରେ ଷ୍ଟାର୍ଟ ହେବ ବାଇକ୍‌। ଆଉ ଏହି ପାସୱାର୍ଡରେ ଆପଣ ଆପଣଙ୍କ ଇଚ୍ଛାମୁତାବକ ରଖିପାରିବେ ଏବଂ ତାକୁ ଚାହିଁଲେ ବଦଳାଇ ମଧ୍ୟ ପାରିବେ। ତେବେ ଦେଶରେ ଦିନକୁ ଦିନ ଗାଡି ଚୋରି ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଆସାମର ରହୁଥିବା ଭାସ୍କର ନାମକ ଜଣେ ଯୁବକ ଏଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି।

ଆସାମର ଗୋଲପାଡାରେ ରହୁଥିବା ଭାସ୍କର ବର୍ମନ ନାମକ ଜଣେ ଯୁବକ ବାଇକକୁ ଚାବି ବଦଳରେ ପାସୱାର୍ଡରେ ଷ୍ଟାର୍ଟ କରିବା ଭଳି ଏକ ଖାସ୍‌ ଡିଭାଇସ ପ୍ରସ୍ତୁତ କରିଛନ୍ତି। ତେବେ ଚୋରିରୁ ବାଇକକୁ ରକ୍ଷା କରିବା ପାଇଁ ଏହି ଫିଚରଟି ବେଶ୍‌ ଫଳପ୍ରଦ ପ୍ରମାଣିତ ହୋଇପାରେ। କାରଣ ବାଇକକୁ ଚୋରିରୁ ରକ୍ଷା କରିବା ପାଇଁ ଏହାଠାରୁ ଭଲ ଏବଂ ସୁରକ୍ଷିତ କୌଣସି ବି ଫିଚର ହୋଇନପାରେ।

ଏହି ଡିଭାଇସଟିକୁ ବାଇକର ହ୍ୟାଣ୍ଡେଲରେ ଫିଟ କରାଯିବ। ଯେଉଁଥିରେ ଶୂନ୍ୟଠାରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ସଂଖ୍ୟା ବା ନମ୍ବର ଦିଆଯାଇଥାଏ। ଏହି ନମ୍ବର ସହାୟତାରେ ଆପଣ ଆପଣଙ୍କ ପସନ୍ଦରେ ପାସୱାର୍ଡ ଦେଇ ତାକୁ ଏଠାରେ ସେଭ କରିପାରିବେ ଏବଂ ସଠିକ୍‌ ପାସୱାର୍ଡ ଦେବା ଦ୍ୱାରା ହିଁ ବାଇକ୍‌ ଷ୍ଟାର୍ଟ ହେବ। ଯଦି କୌଣସି ବ୍ୟକ୍ତି ବାଇକକୁ ଚୋରି କରିବାକୁ ଚେଷ୍ଟା କରେ ତଥା ବାଇକକୁ ଚୋରି କରିବା ଉଦ୍ଦେଶ୍ୟରେ ୩ରୁ ଅଧିକ ଥର ଭୁଲ ପାସୱାର୍ଡ ଦିଅନ୍ତି ତେବେ ବାଇକଟି ୨୪ ଘଣ୍ଟା ପାଇଁ ଲକ୍‌ ହୋଇଯିବ ଏବଂ ୨୪ ଘଣ୍ଟା ପରେ ସଠିକ୍‌ ପାସଓାର୍ଡ ଦେବା ଦ୍ୱାରା ହିଁ ବାଇକଟି ପୁଣିଥରେ ଖୋଲିଯିବ।

ଭାସ୍କର ଚାହାଁନ୍ତି କି ତାଙ୍କର ଏହି ସିଷ୍ଟମକୁ ଆଗାମୀ ଦିନମାନଙ୍କରେ ବଜାରକୁ ଆସିବାକୁ ଥିବା ବାଇକମାନଙ୍କରେ ବ୍ୟବହାର କରାଯାଉ, ଯାହାଦ୍ୱାରା କି ବାଇକ ଚୋରିରୁ ମୁକ୍ତି ମିଳିପାରିବ। ତେବେ ଏଭଳି ପ୍ରକାରର ପାସୱାର୍ଡ ଲକ ଦ୍ୱାରା ବାଇକ୍‌ ଚୋରି ଭଳି ଘଟଣାମାନ ବହୁଳ ମାତ୍ରାରେ ହ୍ରାସ ପାଇପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More