Only for Entertainment

ଭାଇରାଲ ହେଲା ଡ୍ୟାନ୍ସ କିଙ୍ଗ ଗୋବିନ୍ଦା ଓ ରବିନାଙ୍କ ଆଖିୟୋଁ ସେ ଗୋଲି ମାରେ ଡ୍ୟାନ୍ସ

latestly
473

ବଲିଉଡର ଲୋକପ୍ରିୟ ଯୋଡିଙ୍କ ମଧ୍ୟରେ ଗୋବିନ୍ଦା ଓ ରବିନା ଟଣ୍ଡନଙ୍କ ଡୁଏଟକୁ ଆଜି ମଧ୍ୟ ଦର୍ଶକ ମନେ ରଖିଛନ୍ତି । ସବୁଠାରୁ ଅଧିକ ମନେ ଅଛି ସେମାନଙ୍କର ଏଭରଗ୍ରୀନ ସଙ୍ଗ୍ । ଏହି ଦୁଇ କଳାକାରଙ୍କ ଅନେକ ସୁପରହିଟ ଗୀତ ମଧ୍ୟ ରହିଛି । କୈଣସି ର୍ପାଟି ‘କିସ ଡିସକୋ ମେ ଯାଏଁ’ ଗୀତ ବିନା ସମ୍ପୂର୍ଣ୍ଣ ହୁଏ ନାହିଁ । ନଚବଲିୟେ ୯’ ଟେଲିଭିଜନ ସୋରେ ‘ଆଁଖିୟୋ ସେ ଗୋଲି ମାରେ’ ଗୀତରେ ଏହି ଦୁଇ କଳାକାରଙ୍କ ମଜାଦାର ଡ୍ୟାନ୍ସ ଦେଖିବାକୁ ମିଳିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହ ‘କୁର୍ତା ଫାଡକେ’ ଡ୍ୟାନ୍ସ ନମ୍ବରରେ ଗୋବିନ୍ଦାଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

Catch me ??‍♂️ and my ?? Baliye this Weekend in the house of #nachbaliye #nachbaliye9 only on @starplus ????@banijayasia #SKTV

A post shared by Govinda (@govinda_herono1) on

ନିକଟ ଅତୀତରେ ମଧ୍ୟ ରିଆଲିଟି ଶୋ ‘ଡ୍ୟାନ୍ସ ଦିଓାନେ-୨’ରେ ଗୋବିନ୍ଦାଙ୍କୁ ମାଧୁରୀଙ୍କ ସହ ‘କିସ ଡିସ୍କୋ ମେଁ ଯାଏଁ’ ଗୀତରେ ଡ୍ୟାନ୍ସ କରୁଥବାର ଦେଖିବାକୁ ମିଳିଥିଲା ଏବଂ ‘ସୁପର ଡ୍ୟାନ୍ସର -୩’ ମଂଚରେ ମଧ୍ୟ ଶିଳ୍ପା ସେଟ୍ଟୀଙ୍କ ସହ ଧମାକା କରିଥିଲେ ଗୋବିନ୍ଦା । କହିରଖୁଛୁ ଗୋବିନ୍ଦା ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏହି ଭିଡିଓକୁ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଆପଣଙ୍କୁ ପୁଣିଥରେ ୯୦ ଦଶକ ସମୟ ମନେ ପଡ଼ିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More