Only for Entertainment

ନଚ ବଲିୟେ: ମନୀଷ ପଲଙ୍କ ମଜାକରେ ରାଗି ଯାଇ ଶୋ ଛାଡ଼ି ଚାଲିିଗଲେ ରବିନା ଟଣ୍ଡନ, ତା’ ପରେ……………….

aajtak
115

ଷ୍ଟାର ପ୍ଲସର ଡ୍ୟାନ୍ସ ରିଆଲିଟି ଶୋ ‘ନଚ ବଲିୟେ’କୁ ରବିନା ଟଣ୍ଡନ ଏବଂ ଅହମ୍ମଦ ବିଚାର କରୁଛନ୍ତି । ମନୀଷ ପଲ ଶୋ’ରେ ଉପସ୍ଥାପନା କରୁଛନ୍ତି । ରବିବାରକୁ ଶୋ’ରେ ଡ୍ୟାନ୍ସ ସହିତ ଏଂଟରଟେନମେଂଟ ଟ୍ୱିଷ୍ଟ ମଧ୍ୟ ଦେଖିବାକୁ ମିଳିଲା । କିନ୍ତୁ ଏହି ମଧ୍ୟରେ ରବିନା ମନୀଷ ପଲଙ୍କ କୌଣସି କଥାରେ ନାରାଜ ହୋଇ ଶୋ ଛାଡ଼ି ଚାଲି ଯାଉଛନ୍ତି ।

ବାସ୍ତବରେ ଶୋ ଆରମ୍ଭରେ ମନୀଷ ଏବଂ ବଲୁଶା ହାତରେ ପ୍ଲେ କାର୍ଡ଼ ଧରି ଛିଡ଼ା ହୋଇଥିଲେ, ଯେଉଁଥିରେ ଲେଖାଥିଲା ଗୋ ବ୍ୟାକ ରବିନା । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଅହମ୍ମଦ ପ୍ରଶ୍ନ କଲେଯେ ମନୀଷ ଏହା କ’ଣ?ମନୀଷ ଉତ୍ତର ଦେଲେ ଆପଣ ଅଫିସ ବାହାରେ ଦେଖିଛନ୍ତି କ’ଣ ଲେଖା ହୋଇଛି? ଭିତରକୁ ମୋବାଇଲ, ବିସ୍ଫୋଟକ ଆଦି ନିଷେଦ୍ଧ । ଦେଖନ୍ତୁ ଆପଣଙ୍କ ପାଶ୍ୱର୍ରେ କ’ଣ ଅଛି । ଏହାପରେ ଅହମ୍ମଦ ରବିନାଙ୍କୁ ଦେଖିଲେ ଏବଂ କହିଲେ ଆେ. ଇଏ ତ ବଡ଼ ମିସାଇଲ । ଏହି ମଧ୍ୟରେ ଏକ ତାର ବାହାର କରି ଅହମ୍ମଦ କହୁଛନ୍ତି ମୁଁ ଏହାକୁ ଡିଫ୍ୟୁଜ କରିଦେଲି । ଏହା ଶୁଣି ହସିବା ବଦଳରେ ରବିନା ରାଗି ଯାଇ ଶୋ ଛାଡ଼ି ଚାଲିଗଲେ । ମନୀଷ ବାରମ୍ବାର ସରି କହିଲେ କିନ୍ତୁ ରବିନା ବୁଝିଲେ ନାହିଁ । ଏହାପରେ ର‌୍ୟାପର ବାଦଶାହ ଗୀତ ଗାଇ ଆସିବା ପରେ ରବିନା ତାଙ୍କ ପଛେ ପଛେ ଆସିଲେ ।

 


କହିରଖୁଛୁ ମନୀଷ ସମସ୍ତଙ୍କ ସହିତ ପ୍ରାଙ୍କ କରନ୍ତି । କିନ୍ତୁ ଏହି ଟ୍ୱିଷ୍ଟ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More