Only for Entertainment

ଏଭଳି ଦେଖାଯାଆନ୍ତି ରବୀନାଙ୍କ ୧୪ବର୍ଷର ଝିଅ ରାଶା, ଦେଖନ୍ତୁ ଫଟୋ !

26

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ୯୦ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ରବୀନା ନିଜ ସମୟରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ମାତ୍ର ସେ ଏବେ ଫିଲ୍ମ ଠାରୁ ଅନେକ ଦୂରରେ । ରବୀନା ୨୦୦୪ରେ ଅନୀଲ ଥଡାନୀଙ୍କୁ ବିବାହ କରିଛନ୍ତି ଏବଂ ଅନେକଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି । କିଛିଦିନ ହେବ ଫିଲ୍ମ ଠାରୁ ଦୂରରେ ଥିବା ରବୀନା ନିଜ ଫ୍ୟାମିଲି ସହ ସମୟ ବିତାଉଛନ୍ତି । ଏଠାରେ ଆମେ ଜଣାଇ ରଖୁଛୁ ଯେ ରବୀନାଙ୍କର ୪ଟି ଛୁଆ ଅଛନ୍ତି । ସେମାନଙ୍କ ମଧ୍ୟରୁ ରବୀନାଙ୍କ ଝିଅ ରାଶା ଟଣ୍ଡନ ଖୁବ ସୁନ୍ଦର ଅଟନ୍ତି ।

ରବୀନା ୨୦୦୫ରେ ଝିଅ ରାଶାଙ୍କୁ ଜନ୍ମ ଦେଇଥିଲେ । ଏବଂ ତାଙ୍କୁ ଏବେ ମାତ୍ର ୧୪ବର୍ଷ ଏବଂ ସେ ବିଲକୁଲ ନିଜ ମା’ଙ୍କ ଭଳି ଦେଖିବାକୁ । ରାଶାଙ୍କ ଉଚ୍ଚତା ମଧ୍ୟ ଖୁବ ଭଲ ଏବଂ ୨ କି ୩ବର୍ଷ ମଧ୍ୟରେ ସେ ତାଙ୍କ ମା’ଙ୍କ ଠାରୁ ମଧ୍ୟ ଲମ୍ବା ହୋଇଯିବେ ।

୧୩ବର୍ଷର ରାଶା ଖୁବ କ୍ୟୁଟ ଦେଖିବାକୁ । ରବୀନା ତାଙ୍କୁ ଖୁବ ଭଲ ପାଆନ୍ତି ଏବଂ ତାଙ୍କ ସହ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସିଙ୍ଗଲ ମଦର ହିସାବରେ ୧୯୯୦ରେ ଦୁଇଟି ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କନ୍ଥିଲେ । ଏବେ ସେ ଦୁଇ ଝିଅଙ୍କର ବିବାହ କରିସାରିଛନ୍ତି । ପରେ ରବୀନା ୨୦୦୪ରେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନୀଲ ଥଡାନୀଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କ ପିଲାଙ୍କ ନା’ ରାଶା ଏବଂ ରଣବୀର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More