Only for Entertainment

ଆଇ ହେବେ ରବୀନା ଟଣ୍ଡନ ! ସାମ୍ନାକୁ ଆସିଲା ସେଲିବ୍ରେସନର ଫଟୋ

insta pic of poojamakhija
147

ଅଭିନେତ୍ରୀ ରବୀନା ଟଣ୍ଡନ ଖୁବ ଶୀଘ୍ର ଆଇ ହେବାକୁ ଯାଉଛନ୍ତି । ରବୀନାଙ୍କ ବଡ ଝିଅ ଛାୟା ମା’ ହେବାକୁ ଯାଉଛନ୍ତି । ଝିଅ ଛାୟା ପାଇଁ ରବୀନା ଏକ ବେବୀ ସାୱାର ପାର୍ଟିର ଆୟୋଜନ କରିଥିଲେ । ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଏହି ପାର୍ଟିରେ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଛାଇ ରହିଛି । ଫଟୋରେ ସମସ୍ତ ଖୁବ ଖୁସି ଥିବା ଦେଖିବାକୁ ମିଳିଛି ।

ବେବି ସାୱାର ପାର୍ଟିର କିଛି ଫଟୋକୁ ରବୀନାଙ୍କ ବାନ୍ଧବୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କହିରଖୁଛୁ ଯେ, ରବୀନା ଛାୟାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ ଏବଂ ତାଙ୍କର ରକ୍ଷଣାବେକ୍ଷଣ କରିଥିଲେ । ୧୯୯୫ରେ ରବୀନା ପୂଜା ଏବଂ ଛାୟା ନାମକ ଦୁଇଟି କନ୍ୟାଙ୍କୁ ପୋଷ୍ୟ କନ୍ୟା ଭାବେ ଆପଣାଇଥିଲେ ।

ଏହା ପରେ ସେ ୨୦୦୪ରେ ଅନୀଲ ଥଡାନୀଙ୍କୁ ବିବାହ କରିଥିଲେ । ତାଙ୍କର ରାଶା ଏବଂ ରଣବୀର ନାମରେ ଦୁଇଟି ସନ୍ତାନ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More