Only for Entertainment

ବନ୍ଧୁଙ୍କ ବିବାହରେ ପହଂଚି ଦୀପିକା ଏବଂ ରଣବୀର କଲେ ଜବରଦସ୍ତ ଡାନ୍ସ, ଦେଖନ୍ତୁ ଭିଡିଓ !

23

ଦୀପିକା ରଣବୀର ଯେଉଁଠି ଥାଆନ୍ତି ସେଠାରେ ମାହୋଲ ମସ୍ତିଭରା ହେବା ଥୟ । ନିକଟରେ ଏହି ଯୋଡି ଦୀପିକାଙ୍କ ବନ୍ଧୁଙ୍କ ବିବାହରେ ନଜର ଆସିଥିଲେ । ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାମଧ୍ୟରେ ଆଉ ଏକ ଭିଡିଓ ଧମାଲ ମଚାଇବାରେ ଲାଗିଛି । ଏହି ଭିଡିଓରେ ଦୁହେଁ ଏହି ବିବାହରେ ଖୁବ ନାଚିବାର ନଜର ଆସିଛନ୍ତି । ଭିଡିଓରେ ଦୀପିକା ରଣବୀର ସିଂ ‘ଦିଲ ଧଡକନେ ଦୋ’ଫିଲ୍ମର ‘ଗଲା ଗୁଡିୟାଁ’ ଗୀତରେ ଡାନ୍ସ କରିଛନ୍ତି । ଏହି ଭିଡିଓରେ ରଣବୀର ନିଜ ମସ୍ତି ଭରା ଅନ୍ଦାଜ ସହ ଦୀପିକାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି ।

ସେହିପରି ଦୀପିକା ଏବଂ ରଣବୀର ‘ଗଲିବୟ’ଫିଲ୍ମ ଗୀତ “ଅପନା ଟାଇମ ଆୟେଗା”ରେ ମଧ୍ୟ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଦୁହେଁ ବିବାହରେ ଆସିଥିବା ସମସ୍ତ ଲୋକ ଏବଂ ପରିବାର ବର୍ଗଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଯୋଡି ୧୪ନଭେମ୍ବରରେ ନିଜର ପ୍ରଥମ ବିବାହ ବାର୍ଷିକ ସେଲିବ୍ରେଟ କରିବେ । ସେହିଭଳି ଦୁହିଁଙ୍କ ଅଭିନୀତ ଫିଲ୍ମ ୮୩ , ଅପ୍ରେଲ ୨୦୨୦ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More