Only for Entertainment

କଞ୍ଚା କଦଳୀ ବରା ପ୍ରସ୍ତୁତି ପ୍ରଣାଳୀ

Amma's Recipes
0 67

ସାମଗ୍ରୀ:

୨-୩ ଟି ବଡ କଦଳୀ, ୫-୬ ଟି ଆଳୁ , ୨ଟି ବଡ ପିଆଜ , ୨-୩ ଟି କଞ୍ଚା ଲଙ୍କା , ଧନିଆ ପତ୍ର ୧ ବିଡା , ପୋଦିନା ପତ୍ର ୧ ବିଡା , ବଡ ଖଣ୍ଡେ ଅଦା , ଲୁଣ ସ୍ଵାଦ ଅନୁସାରେ , ୨-୩ ଚାମଚ ଲେମ୍ବୁ ରସ , ବରା ଭାଜିବା ପାଇଁ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

କଦଳୀରୁ ପତଳା କରି ଚୋପା ଛଡାଇ ଆଳୁ ସହ ସିଝାଇ ଦିଅନ୍ତୁ । ସିଝି ଗଳାପରେ ଆଳୁରୁ ଚୋପା ଛଡାଇ ଦିଅନ୍ତୁ । ଏବେ କଦଳୀ ଓ ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ । ଏହାପରେ ଏଥିରେ କଟା ପିଆଜ , କଞ୍ଚା ଲଙ୍କା , କଟା ଅଦା, କଟା ପୋଦିନା ଓ ଧନିଆ ପତ୍ର , ଲେମ୍ବୁ ରସ, ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଏହି ମିଶ୍ରଣକୁ ଛୋଟ ଛୋଟ ଗୋଳା କରି ବରା ପରି ଛାପି ରଖନ୍ତୁ । ଏହାପରେ ତାୱା ଗରମ କରି ତେଲ ପକାଇ ତେଲ ଭଲ ଭାବେ ଗରମ ହେଲେ ବରାକୁ ବାଦାମି ରଙ୍ଗ ହେବା ପର୍ୟ୍ୟନ୍ତ ଓଲଟାଇ ଭାଜନ୍ତୁ । ଏହା କରିବା ପାଇଁ ଯେତିକି ସହଜ ସେତିକି ସ୍ଵାସ୍ଥକର । ଏହାକୁ ସ୍ନାକ୍ସ ଭାବେ କିମ୍ବା ଭାତ , ଡାଲି ସହ ଗରମ ଗରମ ଖାଇବାକୁ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More