Only for Entertainment

ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ କଂଚା ପିଆଜ ।

Jaipur The Pink City
29

ଭାତ ହେଉ ବା ରୁଟି ଉଭୟ ସହିତ ପିଆଜ ଖାଇବାର ମଜା ଖୁବ ନିଆରା । ଏହାକୁ ରୋଷେଇରେ ବ୍ୟବହାର କରି ଖାଇବାକୁ ଯଦିଓ ସମସ୍ତେ ଭଲ ପାଆନ୍ତି ଖାଦ୍ୟ ସହିତ କଂଚା ପିଆଜ ଖାଇବାକୁ ମଧ୍ୟ ସମସ୍ତେ ଖୁବ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଆଲୋଚନା କରିବା ।

କଞ୍ଚା ପିଆଜର ରସ ପିଇଲେ ଏବଂ ମାଲିସ କଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ।
କଞ୍ଚା ପିଆଜର ପ୍ରୟୋଗ ଫଳରେ କେଶ ଲମ୍ବା ହୋଇଥାଏ। ଆପଣ ପିଆଜର ରସକୁ କେଶରେ ଲଗାଇବାର ଘଣ୍ଟାକ ପରେ ଅଳ୍ପ ଉଷୁମ ଜଳରେ କେଶକୁ ଧୋଇ ଦିଅନ୍ତୁ। ଏହାଫଳରେ କେଶ ଲମ୍ବା ହୋଇଥାଏ।
ପିଆଜରେ ଏଭଳି ତତ୍ତ୍ୱ ରହିଛି, ଯାହା ଆମକୁ କର୍କଟ ଭଳି ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହା ଛଡ଼ା ତ୍ୱଚା ରୋଗ ସଂପର୍କୀତ ସମସ୍ୟା ବି ଦୂରିଭୂତ ହୋଇଥାଏ।
ରକ୍ତଚାପ ରୋଗୀମାନଙ୍କ ପାଇଁ କଞ୍ଚା ପିଆଜ ଅମୃତ ତୁଲ୍ୟ। ନିୟମିତ ଭାବେ କଞ୍ଚା ପିଆଜ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଏଣୁ ଖାଦ୍ୟରେ କଞ୍ଚା ପିଆଜକୁ ସାମିଲ୍‌ କରିବା ଉଚିତ।
କଞ୍ଚା ପିଆଜ ଖାଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ପିଆଜର ପ୍ରୟୋଗ ପୁରୁଷମାନଙ୍କର ଯୌନ କ୍ଷମତା ବଢ଼ାଇବାରେ ବି ସହାୟକ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More