Only for Entertainment

ରିଲିଜ ହେଲା ଇମରାନ ହାଶମୀଙ୍କ ଆଗମୀ ଫିଲ୍ମ ‘ଚିଟ ଇଣ୍ଡିଆ’ର ଟ୍ରେଲର, ଜାଣନ୍ତୁ କ’ଣ ରହିଛି ଫିଲ୍ମର କାହାଣୀ ।

zee news
19

ବଲିଉଡ ଅଭିନେତା ଇମରାନ ହାଶମୀଙ୍କ ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’ ଖୁବ ଶୀଘ୍ର ପରଦାକୁ ଆସିବ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଛି । ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ୩ ଦିନ ମଧ୍ୟରେ ଫିଲ୍ମକୁ ୮ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହି ଫିଲ୍ମ ଭାରତର ଖରାପ ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ।

ଏକ ଇଣ୍ଟରଭ୍ୟୁରେ ଇମରାନ କହିଥିଲେ ଯେ, ପ୍ରତ୍ୟେକ ପିତା ମାତା ଏବଂ ଛାତ୍ର ଛାତ୍ରୀଙ୍କ ଏହି ଫିଲ୍ମ ଦେଖିବା ଆବଶ୍ୟକ । ଇମରାନ ଏହି ଫିଲ୍ମରେ ରାକେଶ ସିଂ ଭୂମିକାରେ ନ ଜର ଆସିଛନ୍ତି ଯେ ଧନୀ ପିଲା ମାନଙ୍କ ଠାରୁ ପଇସା ନେଇ ତାଙ୍କୁ ପରୀକ୍ଷାରେ ପାସ କରିବା ପାଇଁ ପାଠ ପଢୁଥିବା ହୋସିଆର ପିଲାମାନଙ୍କୁ ପଠାଇଥାନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଏବଂ ସ୍କ୍ରିପ୍ଟ ଲେଖିଛନ୍ତି ସୌମିକ ସେନ । ୨୫ ଜାନୁଆରରେ ଏହି ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More