Only for Entertainment

ବାସ୍ତବ ଜୀବନରେ ଶିକ୍ଷକ ରହି ସାରିଛନ୍ତି ବଲିଉଡର ଏହି ସମସ୍ତ ତାରକା ।

youtube
0 48

କ’ଣ ଆପଣ ଜାଣନ୍ତି କି ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ଖିଲାଡି ଅକ୍ଷୟ କୁମାର ମାର୍ସଲ୍ ଆର୍ଟସରେ ଶିକ୍ଷକ ଥିଲେ ।  ଖିଲାଡି କୁମାରଙ୍କ ବ୍ୟତୀତ ଆଉ କେତେକ ଷ୍ଟାର୍ ମଧ୍ୟ ନିଜ କ୍ୟାରିୟରର ପ୍ରଥମ ଅବସ୍ଥାରେ ଶିକ୍ଷକତା କରୁଥିଲେ । ତେବେ ଆସନ୍ତୁ ଆଜି ଗୁରୁ ଦିବସରେ ଏଭଳି ଷ୍ଟାରଙ୍କ ବିଷୟରେ କିଛି ଜାଣିବା । ଅକ୍ଷୟ କୁମାରଙ୍କ ଜଣେ ଛାତ୍ର ତାଙ୍କୁ ମଡେଲିଙ୍ଗରେ କ୍ୟାରିୟର୍ କରିବାକୁ କହିଥିଲେ ।

ଦର୍ଶକଙ୍କୁ ନିଜର ଦମଦାର୍ ଅଭିନୟରେ ମନୋରଞ୍ଜନ କରି ଆସୁଥିବା କଳାକାର ଅନୁପମ ଖେରଙ୍କର ବହୁତ ଗୁଡିଏ ଆକ୍ଟିଙ୍ଗ୍ ସ୍କୁଲ୍ ରହିଛି । ସେ ସମୟ ପାଇଲେ ଏହି ସ୍କୁଲରେ ଆସି ପିଲାମାନଙ୍କୁ ଅଭିନୟ ବିଷୟରେ ଶିକ୍ଷା ଦେଇଥାନ୍ତି । ଏମିତିକି ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ତାଙ୍କ ଇନଷ୍ଟିଚ୍ୟୁଟରୁ ଡିପ୍ଲୋମା କରିଛନ୍ତି ।

ଖୁବ୍ କମ୍ ଲୋକ ଜାଣିଥିବେ କମେଡିଆନ୍,ଡାଇରେକ୍ଟର,ଆକ୍ଟର ଏବଂ ଡାଇଲଗ୍ ରାଇଟର୍ କାଦାର୍ ଖାନ୍ ମୁମ୍ବାଇର ଏକ ଇଂଜିନିୟରିଂ କଲେଜରେ ପ୍ରଫେସର ରହି ସାରିଛନ୍ତି ।

ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ଥିଏଟର୍ ଜଏନ୍ କରିବା ସହ ଋଷି ବେଲି ସ୍କୁଲରେ ପିଲାମାନଙ୍କୁ ପାଠ ପଢାଉଥିଲେ ।

୫. ବଳିଷ୍ଠ କଳାକାର ବଲରାଜ୍ ଶାହାଣୀ ମଧ୍ୟ ଲାହୋର ବିଶ୍ୱବିଦ୍ୟାଳୟ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More