Only for Entertainment

କାହିଁକି ଆପେଲ୍ ର ଲୋଗୋ ରହିଛି ଏଭଳି, ଜାଣନ୍ତୁ ଏହା ପଛର ରହସ୍ୟ!

0 76

ପ୍ରସିଦ୍ଧ ଆମେରିକୀୟ ବ୍ୟବସାୟୀ ଷ୍ଟିଭ୍‌ ଜବ୍ସଙ୍କୁ ଆପଣ ଜାଣିଥିବେ ତ ନିଶ୍ଚୟ। ବିଶ୍ୱର ବୃହତ୍‌ ଟେକ୍‌ନୋଲୋଜି କମ୍ପାନି ‘ଆପେଲ୍‌’ର ସେ ହେଉଛନ୍ତି ସହ-ନିର୍ମାତା ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ୧୯୫୫ ମସିହାରେ ଆମେରିକାର ସାନ୍‌ ଫ୍ରାନ୍‌ସିକୋଠାରେ ଜନ୍ମଲାଭ କରିଥିବା ଏହି ବ୍ୟକ୍ତି ଜଣକ ସଦା କିଛି ନିଆରା ଭାବନ୍ତି। ଏହି ନିଆରା ପଣର ପରିଚୟ ପ୍ରଦାନ କରେ ତାଙ୍କ କମ୍ପାନିର ଲୋଗୋ।

ଆପେଲ୍‌ କମ୍ପାନିର ମାଲିକ୍‌ ଷ୍ଟିଭ୍‌ ଜବ୍ସ ୧୯୭୭ ମସିହାରେ ଅନ୍ୟ ଦୁଇ ଜଣ ପାର୍ଟନର୍‌ଙ୍କ ସହିତ ମିଶି କମ୍ପାନି ଆରମ୍ଭ କରିଥିଲେ। ପ୍ରଥମେ ଏକ ପର୍ସନାଲ କମ୍ପ୍ୟୁଟର୍‌ ବାହାର କରି କମ୍ପାନି ତା’ର ବ୍ରାଣ୍ଡ୍‌କୁ ଲୋକଲୋଚନକୁ ଆଣିଥିଲା।

ବ୍ରାଣ୍ଡ୍‌ ଲୋଗୋ ଭାବେ ଷ୍ଟିଭ୍‌ ଏକ ଖଣ୍ଡିଆ ସେଓକୁ ବାଛିଥିଲେ। ଏହି ଖଣ୍ଡିଆ ସେଓ ବାଛିବା ପଛରେ ଏକ କାରଣ ରହିଛି। କାରଣଟି ହେଉଛି ଲୋକଙ୍କ ମନରେ ଲୋଗକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ। ଅର୍ଥାତ ସେଓ ପରି ଦିଶୁଥିବା ଅନ୍ୟାନ୍ୟ ଫଳ ରହିଥିବା ହେତୁ ଲୋକେ ସେଓକୁ ଚିହ୍ନିବାରେ ଅସୁବିଧାରେ ନ ପଡନ୍ତୁ। ସେଓକୁ ଲୋଗୋ ଭାବେ ବାଛିବାର କାରଣ ହେଉଛି ଯେପରି ସେଓ ଲୋକଙ୍କୁ ସୁସ୍ଥ ରଖିବା ଦିଗରେ ସବୁଠାରୁ ଉପକାରୀ ଫଳ ତାହା ତାଙ୍କ କମ୍ପାନି ପାଇଁ ଶୀଘ୍ର ସଫଳତା ଅଣିଦେବ ବୋଲି ଷ୍ଟିଭ୍‌ ଆଶା ରଖି ଏହି  ଲୋଗୋଲୋଗୋ କରିଥିଲେ।

ଏହି ଡିଜାଇନ୍‌ କରିବା ପାଇଁ ଡିଜାଇନର୍‌କୁ ୨ ସପ୍ତାହ ଲାଗିଥିଲା। ଗୁଡାଏ ରଂଗରେ ଏହି ଲୋଗୋ ତିଆରି କରାଯାଇଥିଲା। ଶେଷରେ ଗୋଟାଏ ରଂଗ ଧାର୍ଯ୍ୟା କରାଯିବା ପରେ ଲୋଗୋ ସ୍ଥିର ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More