Only for Entertainment

ବିିବାହ ପରେ ଝିଅମାନେ ମା’ଙ୍କୁ ବେଶୀ ମନେ ପକାନ୍ତି !

88

ମା ଏବଂ ଝିଅର ସଂପର୍କ ଖୁବ ଖାସ ହୋଇଥାଏ । ଝିଅର ବିବାହ ପରେ ଦୁଇଜଣଙ୍କ ମଧ୍ୟରେ ଥିବା ଭଲପାଇବା ଅଧିକ ବଢିଯାଏ । ଝିଅ ମାନଙ୍କ ପାଇଁ ତାଙ୍କ ମା ସବୁଠାରୁ ଭଲ ସାଙ୍ଗ । ସେମାନେ ମା ସହିତ କୌଣସି ମଧ୍ୟ କଥା ଶେୟାର କରିପାରନ୍ତି । ତେବେ ବିବାହ ପରେ କାହିଁକି ଝିଅମାନେ ମା’କୁ ଅଧିକ ମନେ ପକାନ୍ତି ଆସନ୍ତୁ ଆଲୋଚନା କରିବା ।

ମା ଏବଂ ଝିଅ କଥା କେବେ ମଧ୍ୟ ଶେଷ ହୁଏ ନାହିଁ । ମା ଝିଅ ବିଳମ୍ବ ରାତି ପର୍ଯ୍ୟନ୍ତ କଥାବର୍ତ୍ତା କରନ୍ତି । କିନ୍ତୁ ବିବାହ କରି ଚାଲିଯିବା ପରେ ତାହା ହୋଇନଥାଏ ।

ମା’ଙ୍କ ନିକଟରେ ଥିବା ସମୟରେ ଏକ ଝିଅ ଖୁବ ଖୁସିରେ ଥାଏ । ସକାଳର ବେଡ ଚା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ କାମରେ ମା ସାହାଯ୍ୟ କରିଥାନ୍ତି । ବିବାହ ପରେ ଝିଅଟିଏ ପାଇଁ ଏହା ସମ୍ଭବ ହୋଇନଥାଏ ।

ମା’ଙ୍କ ଗାଳି ଖୁବ ମନେ ପଡ଼େ । କାରଣ ସେଥିରେ ଅମୂଲ୍ୟ ଭଲପାଇବା ଥାଏ । କେତେକଙ୍କ ଶାଶୁଘରେ ବୋହୁକୁ ଝିଅ ଭଳି ଦେଖନ୍ତି ନାହିଁ । ତେଣୁ ଝିଅଟିି ତା ମା’କୁ ଖୁବ ମନେ ପକାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More