Only for Entertainment

ନିରାମିଷ ବାରରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଆଳୁ ଲଜୱାବ !

65

ପରିବା ରାଜା ହେଉଛି ଆଳୁ । ଆଳୁ ବିନା କୌଣସି ତରକାରୀ ସ୍ୱାଦିଷ୍ଟ ଲାଗେ ନାହିଁ । ତେବେ ଆଳୁକୁ ନେଇ ଭିନ୍ନ ଭିନ୍ନ ରେସିପି ପ୍ରସ୍ତୁତ କରିହୁଏ । ତେବେ ଏହି ଆଳୁ କୁ ନେଇ ଆଜି ଏକ ରେସିପି ପ୍ରସ୍ତୁତ କରିବା । ଯାହାର ନାଁ ହେଉଛି ଆଳୁ ଲଜୱାବ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରକ୍ରିୟା –

ଆବଶ୍ୟକୀୟ ସାମଗ୍ରୀ:

ଦୁଇ କପ୍‌ ଚୋପା ଛଡ଼ା ହୋଇ ନ ଥିବା କଟା ଆଳୁ, ଛାଣିବା ପାଇଁ ତେଲ, ୨ ଟେବୁଲ ସ୍ପୁନ୍‌ ଘିଅ, ୧ ଚାମଚ ଜିରା, ଅଧ କପ୍‌ କଟା ପିଆଜ, କାଜୁ ୫୦ ଗ୍ରାମ, ହଳଦୀ ଗୁଣ୍ଡ, ୧ ଚାମଚ ଗରମ ମସଲା, ୧ ଚାମଚ ଲଙ୍କା ଗୁଣ୍ଡ, ୨ ଟେବୁଲସ୍ପୁନ୍‌ ଦହି, ଅଧ କପ୍‌ କ୍ଷିର, ୧ ଚାମଚ ରସୁଣ ବଟା, ୧ ଚାମଚ ଅଦା ବଟା, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତ ପ୍ରଣାଳୀ
ପ୍ରଥମେ ଅଦା, ରସୁଣ ଓ କାଜୁରେ ୨ ଟେବୁଲ ସ୍ପୁନ୍‌ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଅଳ୍ପ କିଛି କାଜୁ ଭାଜି ରଖନ୍ତୁ। କଟା ହୋଇଥିବା ଆଳୁକୁ ମଧ୍ୟମ ଆଞ୍ଚରେ ଗୋଲ୍ଡେନ୍‌ ହେଲା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାକୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ଅନ୍ୟ ଏକ କଡ଼େଇରେ ଘିଅ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ କଟା ପିଆଜ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ।

ଏବେ ଏଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ପେଷ୍ଟ କରାଯାଇଥିବା ଅଦା ରସୁଣ ପକାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ଗ୍ୟାସ୍‌ର ଆଞ୍ଚ ଧିମା କରି ଦହି, କ୍ଷିର, ପାଣି ଓ ସ୍ବାଦାନୁସାରେ ଲୁଣ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ସିଝିବା ପାଇଁ ୩ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ଏଥିରେ ଆଳୁ ପକାଇ ଆହୁରି ୩ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆଳୁ ଲାଜୱାବ। ଏହାକୁ ଧନିଆ ପତ୍ରରେ ସଜାଇ ଗରମ ଗରମ ପରଟା ସହିତ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More