Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ବାଇଗଣ କୋରମା !

30

ଆବଶ୍ୟକ ସାମଗ୍ରୀ:

୨ଟି ବଡ଼ ବାଇଗଣ, ୨ଚାମଚ ପିଆଜ, ଅଦା, ରସୁଣ ବଟା, ୨ଟି ଟମାଟୋ, ଅଧା କପ୍‍ ଗ୍ରୀନ ମଟର, ୬ଟି କାଜୁ,
୨ ଚାମଚ ଚାରମଗଜ, ୮ଟି କସ୍‍ମିସ୍‍, ୨ ଚାମଚ ଦହି, ୨ ଚାମଚ କ୍ରିମ, ୧ ଛୋଟଚାମଚ କରି ପାଉଡ଼ର, ଅଧା ଛୋଟ ଚାମଚ ହଳଦି, ୨ଟି କଞ୍ଚାଲଙ୍କା,
ଆବଶ୍ୟକ ମୁତାବକ ତେଲ, ୧ ଛୋଟଚାମଚ ଚୂନାଚୂନା କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବାଇଗଣକୁ ପୋଡ଼ି ତା’ର ଚୋପା ଛଡ଼ାଇ ଭଲଭାବରେ ଚକଟି ଦିଅନ୍ତୁ । କାଜୁ, କସ୍‍ମିସ୍‍, ଚାରମଗଜ, ଦହି ଓ ଟମାଟୋକୁ ଭଲ ଭାବରେ ବାଟି ଦିଅନ୍ତୁ । କଡ଼େଇ ବସାଇ ତେଲ ଗରମ କରନ୍ତୁ । ବଟା ମସଲାକୁ ପକାଇ ଭଲ ଭାବରେ କଷନ୍ତୁ । ଟମାଟୋ ପେଷ୍ଟକୁ ପକାଇ କଷନ୍ତୁ । କିଛି ସମୟ ପରେ ଗ୍ରୀନ୍‍ ମଟର ମଞ୍ଜି ପକାଇ ଭାଜନ୍ତୁ । ମସଲା ଭାଜି ହୋଇଗଲେ ଚକଟା ବାଇଗଣକୁ ପକାଇ ଦିଅନ୍ତୁ । ଲୁଣ ଦେଇ ଭଲ ଭାବରେ ଗୋଳାଇ ଟିକେ ସମୟ ଭାଜନ୍ତୁ । ଗ୍ୟାସ ବନ୍ଦ କରି ଉପରେ
ଧନିଆପତ୍ର ଓ କ୍ରିମ ଦେଇ ରୁଟି ସହ ଗରମଗରମ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More