Only for Entertainment

ରବିବାର ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚିଙ୍ଗୁଡି ପଲାଉ

google
64

ଆବଶ୍ୟକ ସାମଗ୍ରୀ:
ବଡ଼ ଚିଙ୍ଗୁଡ଼ି-୨୫୦ ଗ୍ରାମ,

ବାସୁମତି ଅରୁଆ ଚାଉଳ-୫୦୦ ଗ୍ରାମ,

କ୍ୟାପ୍ସିକମ୍-୧୦୦ ଗ୍ରାମ,

ଗାଜର-୫୦ ଗ୍ରାମ,

ଅଦା-୧ଖଣ୍ଡ,

ପିଆଜ-୨ଟା (ବଡ଼),

ଗୋଟା ଗରମ ମସଲା ଅଳ୍ପ କିଛି,

ତେଜପତ୍ର-୨ଟା, ଲେମ୍ବୁରସ-୧ ଚାମଚ(ବଡ଼),

ରିଫାଇନ ତେଲ- ୨ଚାମଚ(ବଡ଼),

ବଟର-୧ ଚାମଚ

ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ : 

ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଧୋଇ ଲୁଣ ଓ ଲେମ୍ବୁରସ ଗୋଳାଇ ରଖନ୍ତୁ । ଚାଉଳକୁ ଧୋଇ ରଖନ୍ତୁ । ପିଆଜ ଓ ଆକୁ ପତଳା ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । ଗାଜର ଓ କ୍ୟାପସିକମ୍ କୁ ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପ୍ରେସର କୁକର୍ ରେ କିମ୍ବା ଗୋଟିଏ ବଡ ପାତ୍ରରେ ତେଲ ଓ ବଟର ମିଶାଇ ଗରମ କରନ୍ତୁ । ସେଥିରେ ତେଜପତ୍ର ଓ ଗୋଟା ଗରମ ମସଲା( ଡାଲଚିନି, ଲବଙ୍ଗ, ଗୁଜୁରାତି) ପକାନ୍ତୁ । କଟା ପିଆଜ, କଟା ଅଦା, କଟା ପରିବା ପକାଇ ଅଳ୍ପ ସମୟ ଭାଜି ଗୋଳାଇ ରଖିଥିବା ଚିଙ୍ଗୁଡିକୁ ପକାନ୍ତୁ । ବର୍ତ୍ତମାନ ଏଥିରେ ଧୋଇ ରଖିଥିବା ଚାଉଳ ପକାଇ ଭଲଭାବରେ ଗୋଳାଇ ଚାଉଳରଦୁଇଗୁଣା ପାଣି ଦେଇ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାଇ ଢାଙ୍କୁଣି ଘୋଡାଇ ଧିମି ଆଞ୍ଚରେ ଚାଉଳ ସିଝିବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ଚୁଲିରୁ ଓହ୍ଲାଇ ଉପରେ ଗରମ ମସଲା ଗୁଣ୍ଡ ଓ ଏକ ଚାମଚ ବଟର ପକାଇ ପ୍ଲେଟ୍ ରେ କାଢି ପରଷନ୍ତୁ ସୁଆଦିଆ ଚିଙ୍ଗୁଡି ପଲାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More