Only for Entertainment

‘ଅନ୍ଦାଜ ଅପନା ଅପନା’ର ରିମେକରେ ନଜର ଆସିବେ ରଣବୀର-ବରୁଣ

DNA India
52

ଅଭିନେତା ସଲମାନ ଖାନ ଏବଂ ଆମୀର ଖାନ ଏକା ସହିତ ଗୋଟିଏ ଫିଲ୍ମରେ କାମ କରିଥିଲେ ଏବଂ ସେହି ଫିଲ୍ନ ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା । ଆପଣ ଜାଣି ସାରିଥିବେ ଆମେ କେଉଁ ଫିଲ୍ମ ବିଷୟରେ କହୁଛୁ । ଆଜ୍ଞା ହଁ ଆମେ କହୁଛୁ ୧୯୯୪ରେ ରିଲିଜ ହୋଇଥିବା ସଲମାନ ଆମୀରଙ୍କ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ ବିଷୟରେ । ଏହି ଫିଲ୍ମକୁ ନିର୍ମାଣ କରିଥିଲେ ରାଜ କୁମାର ସନ୍ତୋଷୀ । ତେବେ ଏହି ଫିଲ୍ମର ସିକ୍ୱଲକୁ ନେଇ ଏବେ ଢେର ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ଫିଲ୍ମକୁ ରିକ୍ରିଏଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏବଂ ଫିଲ୍ମର ରିମେକରେ ଅଭିନେତା ରଣବୀର ସିଂ ଏବଂ ବରୁଣ ଧୱନ ନଜର ଆସିପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଯଦି ଏହି ଖବର ସତ ହୁଏ ତେବେ ଏହି ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ ।

salman

କହିରଖୁଛୁ ଯେ, ଏହି ଫିଲ୍ମକୁ ବିଜୟ ସିହ୍ନା ଏବଂ ପ୍ରିତୀ ସିହ୍ନା ପ୍ରଡ୍ୟୁସ କରିବେ । ଖବର ଅନୁସାରେ ମେକର୍ସ ଫିଲ୍ମ ପାଇଁ ଦୁଇ କଳାକାରଙ୍କୁ ସମ୍ପର୍କ ମଧ୍ୟ କରିଛନ୍ତି । ଏହି ରିକ୍ରିଏଟ ଫିଲ୍ମକୁ ରାଜ କୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେବେ ବୋଲି ଶିଣିବାକୁ ମିଳୁଛି ।

ଦୁଇ କଳାକାରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ବରୁଣ ନିିକଟରେ ‘କଳଙ୍କ’ର ସୁଟିଂ ଶେଷ କରିଛନ୍ତି ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଆଲିଆ ନଜର ଆସିବେ । ସେହିପରି ବରୁଣ ଏବେ ‘ଗଲିବୟ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ଆଲିଆଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଏହା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More