Only for Entertainment

ଫିଲ୍ମ ସଡକ୨’ରେ ରିକ୍ରିଏଟ କରାଯିବ ଏହି ଗୀତ !

26

ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ମହେଶ ଭଟ୍ଟ ପୁଣି ଥରେ ସକ୍ରିୟ ନଜର ଆସିଛନ୍ତି । ମହେଶ ଭଟ୍ଟ ୧୯୯୧ରେ ଆସିଥିବା ଫିଲ୍ମ ସଡକର ସିକ୍ୱେଲ ନେଇ ଫେରୁଛନ୍ତି । ସଂଜୟ ଦତ୍ତ ଏବଂ ପୂଜା ଭଟ୍ଟ ଅଭିନୀତ ସଡକର ସିକ୍ୱେଲରେ ଏବେ ଆଦିତ୍ୟ ରୟ କପୂର ଏବଂ ଆଲିୟା ଭଟ୍ଟ ନଜର ଆସିବେ ।

ରିପୋର୍ଟ ଅନୁସାରେ ସଡକ ଫିଲ୍ମର ସବୁଠାରୁ ଚର୍ଚ୍ଚିତ ଗୀତ ‘ ତୁମ୍ହେ ଅପନା ବନାନେ କି’ର ସିକ୍ୱେଲ ପାଇଁ ଏହି ଗୀତକୁ ରିକ୍ରିଏଟ କରାଯିବ । ଏଭଳି ପ୍ରଥମ ଥର ହୋଇନାହିଁ ଯାହା ରିକ୍ରିଏଟ ହେଉଛି । ଏବେ ଅଧିକାଂଶ ଫିଲ୍ମରେ ପୂରୁଣା ଗୀତ ରିକ୍ରିଏଟ ହେଉଛି ।

ଏହାପୂର୍ବରୁ ମଧ୍ୟ ୨୦୧୭ରେ ଆସିଥିବା ଫିଲ୍ମ ହେଟଷ୍ଟୋରୀ୩’ରେ ଏହି ଗୀତକୁ ରିକ୍ରିଏଟ କରାଯାଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ । ପ୍ରଥମ ଥର ଆଲିୟା ଭଟ୍ଟ ବାପା ମହେଶ ଭଟ୍ଟଙ୍କ ସହ ଏକାଠି କାମ କରୁଥିବାର ନଜର ଆସିବେ । ଏହାବ୍ୟତୀତ ପ୍ରଥମ ଥର ପୂଜା ଭଟ୍ଟ ଏବଂ ଆଲିୟା ଭଟ୍ଟ ଏକାଠି ସ୍କ୍ରିନ ଶେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More