Only for Entertainment

ସଂସଦରୁ ବିଦାୟ ହେଲେ ସଚ୍ଚିନ ଏବଂ ରେଖା ।

india today
0 49

ସଚ୍ଚିନ ତେନ୍ଦୁଲକର ଏବଂ ରେଖା ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ନିଜର କାର୍ଯ୍ୟକାଳ ସମାପ୍ତ କରୁଛନ୍ତି । ସଂସଦରେ ରାଜ୍ୟସଭାରୁ ଅବସର ନେଉଥିବା ୮୫ ସଦସ୍ୟଙ୍କ ପାଇଁ ଏକ ବିଦାୟ ସମାରୋହ ରଖାଯାଇଛି । କିନ୍ତୁ ରେଖା ଏବଂ ସଚ୍ଚିନଙ୍କୁ ଏଥିରେ ଦେଖିବାକୁ ମିଳିନାହିଁ । ତେବେ ଫିଲ୍ମ କିମ୍ବା କ୍ରିକେଟକୁ ନେଇ ସେମାନେ ବ୍ୟସ୍ତ ଥିବା ଅନୁମାନ କରାଯାଉଛି । କାରଣ ୬ ବର୍ଷ ମଧ୍ୟରେ ସଂସଦରେ ହୋଇଥିବା ସମସ୍ତ କାର୍ଯ୍ୟରେ ଦୁଇଜଣ ଗୋଟିଏ ବା ଦୁଇ ଦିନ ଉପସ୍ଥିତ ଥିଲେ । ରାଜ୍ୟସଭାରେ ଲଗାତାର ସଦସ୍ୟ ଭାବରେ ରହିବା ପାଇଁ ସେମାନେ ଦିନେ ବା ଦୁଇଦିନ ଉପସ୍ଥିତ ରହୁଥିଲେ ବୋଲି କୁହାଯାଇପାରେ ।

୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପ୍ରଶ୍ନ ଉତ୍ତର ଠାରୁ ଆରମ୍ଭ କରି ଯେଉଁ ସମସ୍ତ କର୍ତ୍ତବ୍ୟ କରିବାର ଥିଲା ଦୁଇଜଣ ସେସବୁକୁ ପୂରଣ କରି ନାହାଁନ୍ତି । ଯେତେବେଳେ କେହି ରାଜ୍ୟସଭାରେ ପ୍ରଶ୍ନ ପଚାରନ୍ତି ସେତେବେଳେ କେନ୍ଦ୍ର ସରକାର ଏହି ଉତ୍ତର ଦେଇଥାନ୍ତି । କିନ୍ତୁ ରେଖାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳି ନଥିଲା । ରେଖାଙ୍କୁ ୨୦୧୬ରେ ଖାଦ୍ୟ,କଂଜ୍ୟୁମର ଅଫେୟର୍ସ ଏବଂ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସମିତିରେ ରଖାଯାଇଥିଲା । କିନ୍ତୁ ସେ ସମସ୍ତରେ ରେଖାଙ୍କର କୌଣସି ଯୋଗଦାନ ନଥିଲା । କିନ୍ତୁ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଜର ସଦସ୍ୟତାକୁ ବଜାୟ ରଖିବା ପାଇଁ ଖୁବ ସଚେତନ ଥିଲେ ।

ଫିଲ୍ମ ଦୁନିଆରେ ଖୁବ ଚର୍ଚ୍ଚାରେ ରହିଥିବା ରେଖା ରାଜ୍ୟସଭାରେ କୌଣସି ଯୋଗଦାନ ଦେଇନଥିବା ତାଙ୍କ କାର୍ଯ୍ୟକାଳ ମଧ୍ୟରୁ ଜଣାପଡ଼ୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More