Only for Entertainment

ଯେତେବେଳେ ଖବର ଆସିଲା ବିନୋଦ ମେହରାଙ୍କ ପାଇଁ ରେଖା ଅସରପା ମରା ବିଷ ଖାଇଦେଲେ

oddnari
23

ଆଜି ରେଖାଙ୍କ ଜନ୍ମଦିନ । ସେ ଏଭଳି ଏକ ଅଭିନେତ୍ରୀ ଯାହାଙ୍କ ବିଷୟରେ ସମସ୍ତେ ଆଲୋଚନା କରିବାକୁ ପସନ୍ଦ କରନ୍ତି । ଏଭଳି ତ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳିଛି, କିନ୍ତୁ ଏ କଥା ହୁଏତ ଆପଣ କେବେ ଶୁଣିନଥିବେଯେ ଦିନେ ରେଖା ବିଷ ଖାଇ ଦେଇଥିଲେ । ବାସ୍ତବରେ କ’ଣ ଘଟିଥିଲା ଆସନ୍ତୁ ଆଲୋଚନା କରିବା ।

ବିନୋଦ ମେହରା ରେଖାଙ୍କୁ ଖୁବ ପସନ୍ଦ କରୁଥିଲେ ଏବଂ ଦୁଇଜଣ ପରସସ୍ପରକୁ ପସନ୍ଦ ମଧ୍ୟ କରୁଥିଲେ । କିନ୍ତୁ ବିନୋଦଙ୍କ ମା ରେଖାଙ୍କୁ ପସନ୍ଦ କରୁନଥିଲେ । କାରଣ ଥିଲା ରେଖା ପରଦାରେ ବୋଲ୍ଡ ସିନ ଦେଉଥିଲେ । କ୍ୟାମେରାର ନଜର ସବୁବେଳେ ତାଙ୍କ କ୍ଲିବେଜ ଉପରେ ରହିଥାଏ । ତେଣୁ ରେଖାଙ୍କ ଇମେଜକୁ ବିନୋଦଙ୍କ ମା ପସନ୍ଦ କରୁନଥିଲେ । କୁହାଯାଏ ରେଖା ବାରମ୍ବାର ପ୍ରେମରେ ପଡ଼ିଥିଲେ ଏବଂ ଶେଷ ଥର ପାଇଁ ସେ ଜିତେନ୍ଦ୍ରଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ଜିତେନ୍ଦ୍ର ତାଙ୍କ ଏୟାରହୋଷ୍ଟେସ ଗର୍ଲଫ୍ରେଣ୍ଡକୁ ନେଇ ସିରିଅସ ଥିଲେ । ଯାହାପରେ ରେଖାଙ୍କ ହୃଦୟ ଭାଙ୍ଗିଗଲା । ଏହାପରେ ବିନୋଦ ତାଙ୍କୁ ସାହାରା ଦେଲେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ରେଖାଙ୍କ ହୃଦୟ ଭାଙ୍ଗିବା ପରେ ବିନୋଦ ତାଙ୍କୁ ସାହାରା ଦେଇଛନ୍ତି । ରେଖାଙ୍କ ଏଭଳି ପ୍ରତ୍ୟେକ ପରିସ୍ଥିତିରେ ଯିଏ ତାଙ୍କ ନିକଟରେ ଥିଲେ ସେ ହେଉଛନ୍ତି ବିନୋଦ । ତେବେ ବିନୋଦଙ୍କ ମା ବିବାହ ପାଇଁ ରାଜି ନଥିଲେ ଏବଂ ରେଖା ବୁଝାଇବାକୁ ଚେଷ୍ଟା କଲେ । ଏହି ମଧ୍ୟରେ ଖବର ଆସିଲାଯେ ରେଖା ବିଷ ଖାଇ ଦେଇଛନ୍ତି । ଏହାର କିଛି ଦିନ ପରେ ଦୁଇଜଣ ପ୍ରେସ କନଫରେନ୍ସ କଲେ ଏବଂ ଖାଇବାରେ ଅସରପା ରହି ଫୁଡ ପଏଜନ ହୋଇ ଯାଇଥିଲା ବୋଲି ସମସ୍ତଙ୍କୁ ଜଣାଇଲେ । ଏହାର କିଛି ଦିନ ପରେ ଦୁଇଜଣଙ୍କର କୋଲକାତାରେ ବିବାହ ହୋଇଗଲା, କିନ୍ତୁ ବିନୋଦଙ୍କ ମା ତାଙ୍କୁ ଘରେ ପୂରାଇଲେ ନାହିଁ । କିନ୍ତୁ ଏହାର କିଛି ଦିନ ପରେ ବିନୋଦଙ୍କ ଏବଂ ରେଖାଙ୍କ ସଂପର୍କ ଭାଙ୍ଗିଗଲା ।

ରେଖାଙ୍କୁ ନେଇ ଏହିଭଳି କେତେକ ଆଶ୍ଚର୍ଯ୍ୟ କରିବା ଭଳି କଥା ରହିଛି । ଯାହା ହୁଏତ ଖୁବ କମ ଲୋକ ଜାଣିଥିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More