ହୃଦରୋଗର ପ୍ରତିକାର ସ୍ୱରୂପ ଆପଣ ବିଭିନ୍ନ ସବୁଜ ପନିପରିବା ନାମ ଶୁଣିଥିବେ । ଏହା ବ୍ୟତୀତ ଅନ୍ୟ କେତେକ ଉପାୟ ବିଷୟରେ ଆପଣ ଜାଣିଥିବେ ଯାହା ଦ୍ୱାରା ହୃଦରୋଗର ଘରୋଇ ଉପଚାର ହୋଇଥାଏ,ତାହା ପୁଣି ବିନା ଔଷଧରେ । କିନ୍ତୁ କ’ଣ ଆପଣ ଜାଣନ୍ତିକି ମହୁର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ଆସନ୍ତୁ ଆଲୋଚନା କରିବା ।
ମହୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ନିୟମିତ ଚାମୁଚେ ମହୁ ଖାଇଲେ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହୋଇଥାଏ। ଫଳରେ ହାର୍ଟ ଆଟାକ୍ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଉଷୁମ ପାଣିରେ ମହୁ ଏକ ଚାମୁଚେ ଖାଇଲେ ମେଦବହୁଳତା ଦୂର ହୁଏ। ଏହା ଶରୀରର ରୋଗପ୍ରତିଷେଧକ ଶକ୍ତି ବଢ଼ାଇଥାଏ। ଏହା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ। ଫଳେ ଡାଇବେଟିସ୍ ଆଶଙ୍କା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।