Only for Entertainment

କିଭଳି ରହିଛି ଦବଙ୍ଗ ସଲମାନଙ୍କ ସହ ସମ୍ପର୍କ ! ଲୁଲିୟା ଖୋଲିଲେ ରାଜ୍

lifextyle.com
0 42

ଆପଣମାନେ ଜାଣିଥିବେ ଦବଙ୍ଗ ଖାନଙ୍କ କଥିତ ଗର୍ଲଫ୍ରେଣ୍ଡ ଲୁଲିୟା ଭନ୍ତୂର କେତେ ପ୍ରତିଭାବାନ ଗାୟିକା ! ବିଶିଷ୍ଟ ସଂଗୀତ ନିର୍ଦ୍ଧେଶକ ତଥା ଗାୟକ ହିମେଶ ରେସମିୟାଙ୍କ ସହ ପୂର୍ବରୁ ଲୁଲିୟା ଭନ୍ତୂରଙ୍କର ଏକ ମ୍ୟୁଜିକ ଆଲବମ ବଜାରକୁ ଆସିଥିଲା । ମାତ୍ର ବର୍ତ୍ତମାନ ମନିଷ ପାଲ ଏବଂ ସଚିନ ଗୁପ୍ତାଙ୍କ ସହ ଲୁଲିୟାଙ୍କର ଏକ ନୂଆ ଆଲବମ ବଜାରକୁ ଆସିଛି । ଦବଙ୍ଗ ଖାନଙ୍କ ଏହି ଗର୍ଲଫ୍ରେଣ୍ଡ ଲୁଲିୟା ଏବେ ନିଜ କ୍ୟାରିୟରକୁ ସୁଧାରିବାରେ ଜୋରଦାର ଲାଗି ପଡିଛନ୍ତି । ସଲମାନ ମଧ୍ୟ ଲୁଲିୟାଙ୍କ କ୍ୟାରିୟର ପାଇଁ ନିଜର ଜୋର ଲଗାଉଛନ୍ତି ।

ଏହି କିଛି ଦିନ ବ୍ୟବଧାନ ମଧ୍ୟରେ ମ୍ୟୁଜିକ ଆଲବମ ପ୍ରସ୍ତୁତି ସମୟରେ ମନିଷଙ୍କ ସହ ଭଲ ବନ୍ଧୁତା ହୋଇଯାଇଥିବା ଲୁଲିୟା ଏକ ସାକ୍ଷାତକାରରେ କହିଛନ୍ତି । ଏହି ସାକ୍ଷାତକାରରେ ଲୁଲିୟାଙ୍କୁ ସଲମାନଙ୍କ ସହ ବିବାହ ସମ୍ପର୍କରେ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଲୁଲିୟା ପ୍ରତ୍ୟୁତ୍ତରରେ କହିଥିଲେ ଯେ ତାଙ୍କ ସହ ସଲମାନଙ୍କୁ ନେଇ ଯୋଡିବା ଖବର ମିଥ୍ୟା ଅଟେ ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ଲୋକଙ୍କ କଥାକୁ ରୋକି ହେବ ନାହିଁ ବୋଲି ଲୁଲିୟା କହିଛନ୍ତି ।

ସଲମାନ ଖାନଙ୍କୁ ସେ ବହୁତ ଇଜ୍ଜତ କରନ୍ତି ଏବଂ ତାଙ୍କ ଜୀବନ ତାଙ୍କୁ କେଉଁ ଦିଗରେ ପହଂଚାଇବ ସେ ଏ ସମ୍ପର୍କରେ ଅବଗତ ନୁହଁନ୍ତି ବୋଲି ଲୁଲିୟା ଏହି ବିଶେଷ ସାକ୍ଷାତକାରରେ କହିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More