Only for Entertainment

ଫିଲ୍ମ ଜରିଆରେ ସୁଧୁରି ପାରିବ ଭାରତ-ପାକିସ୍ତାନ ସମ୍ପର୍କ କହିଲେ ଶବାନା ଆଜମୀ !

The Indian Express
0 22

ଦିଗ୍ଗଜ ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଶବାନା ଆଜମୀଙ୍କ କହିବା ମୁତାବକ ଭାରତ ଏବଂ ପାକିସ୍ତାନଙ୍କ ମଧ୍ୟରେ ହେଉଥିବା ଯୁଦ୍ଧ ହେବା ଉଚିତ ନୁହେଁ । ଏକ ନ୍ୟୁଜ ଚ୍ୟାନେଲ ସାକ୍ଷାତକାରରେ ଶବାନା ନିଜର ମତ କିଛି ଏଭଳି ରଖିଥିଲେ । ସେ କହିଥିଲେ ଭାରତ ଏବଂ ପାକିସ୍ତାନ ନାଗରିକଙ୍କ ମଧ୍ୟରେ ସାମ୍ବାଦତ୍ମକ ରଖିବା ଜରୁରୀ ଅଟେ । ଆମକୁ ଏହି ବିଚାର ଉପରେ ଚର୍ଚ୍ଚା କରିବା ଏବଂ ଏହାକୁ ଶେୟାର କରିବା ଜରୁରୀ ଅଟେ ।

ସେ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧର କୌଣସି ବିକଳ୍ପ ହୋଇ ପାରିବ ନାହିଁ । ଦୁଇ ଦେଶ ମଧ୍ୟରେ ବିବାଦକୁ ସମାଧାନ କରିବା ପାଇଁ ଚର୍ଚ୍ଚା ଏବଂ ଆଲୋଚନା ଜରୁରୀ । ସେ ଆହୁରୀ ଅନେକ ଛାତ୍ର-ଛାତୀ ଏବଂ ସଂସ୍କୃତିର ଆଦାନ ପ୍ରଦାନର କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ଏବଂ ବିଶ୍ୱାସ ରହିବ ।

ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ହିଂସାତ୍ମକ ବିବାଦ ହେବା ବେଳେ ଅନ୍ୟ ପଟେ ଏହାକୁ ଫିଲ୍ମ ଜରିଆରେ ଉଭୟ ପାକିସ୍ତାନ ଏବଂ ଭାରତ ଦ୍ୱାରା ଏଥିରେ ସୁଧାର ଅଣାଯାଇପାରିବ । ଏହା ଏକ ଉତ୍ତମ ମାଧ୍ୟମ ବୋଲି ୬୭ବର୍ଷୀୟା ଶବାନା କହିଛନ୍ତି ।

ସେ ଶେଷରେ ଏହା କହିଛନ୍ତି ଯେ ପ୍ରେମ ଏବଂ ଶାନ୍ତିର ଯେତେ ଅଧିକ ଫିଲ୍ମ ପ୍ରସ୍ତୁତ ହେବା ନିହାତି ଆବଶ୍ୟକ ଅଟେ । ଏଥିପାଇଁ ଦୁଇ ରାଷ୍ଟ୍ରକୁ ମିଶି ସହଯୋଗ କରିବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More