Only for Entertainment

ମଜାକରେ କରିଥିଲେ ଡିଏନ୍‍ଏ ଟେଷ୍ଟ ! ରିପୋର୍ଟ ପରେ ଭାଙ୍ଗିଗଲା ସମ୍ପର୍କ

Hindustan
48

ସୋସିଆଲ ମିଡିଆରେ ଏବେ ଦୁଇ ପ୍ରେମୀ ଯୁଗଳଙ୍କ କାହାଣୀ ବେଶ ଭାଇରାଲ ହୋଇଛି । ୨୬ ବର୍ଷିୟ ପ୍ରେମିକ ଜଣଙ୍କ ନିଜ କାହାଣୀ ବର୍ଣ୍ଣନା କରିବା ସହ କହିଛନ୍ତି ଯେ, ଖୁସି ମଜାକରେ ଆମେ ଯେଉଁ କାମ କରିବାର ନିଷ୍ପତ୍ତି ନେଇଥିଲୁ ଶେଷରେ ତାହା ଆମ ସମ୍ପର୍କକୁ ଭାଙ୍ଗି ଦେଇଛି । ଏହି ବ୍ୟକ୍ତି ଜଣଙ୍କ ନିଜ ୨୭ ବର୍ଷିୟା ପ୍ରେମିକାଙ୍କ ସହ ବେଶ ଖୁସିରେ ଜୀବନ କାଟୁଥିଲେ । ଦିନେ ମଜାକରେ ନିଜ ପରିବାର ସମ୍ପର୍କରେ ଜାଣିବା ପାଇଁ ପ୍ରେମିକା ଜଣଙ୍କ ଡିଏନ୍‍ଏ ଟେଷ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ । ପରେ ଉଭୟେ ଏଥିରେ ସହମତ ହୋଇଥିଲେ । ମାତ୍ର ଡିଏନ୍‍ଏ ଟେଷ୍ଟରେ ଯେଉଁ ଖୁଲାସା ହେଲା ତାହା ତାଙ୍କ ପରିବାରକୁ ଭାଙ୍ଗି ଦେଇଛି । ଡିଏନ୍‍ଏ ଟେଷ୍ଟରୁ ଜଣାପଡିଥିଲା ଯେ, ପ୍ରେମିକଙ୍କ ପୂର୍ବଜ ମଧ୍ୟରୁ ଜଣେ ଥିଲେ ଅଞ୍ଚଳର କୁଖ୍ୟାତ ସିିରିଆଲ କିଲର।

ଏହା ଜାଣିବା ପରେ ପ୍ରେମିକା ଜଣଙ୍କ ଆଉ ପ୍ରେମିକଙ୍କ ସହ ନରହିବାର ନିଷ୍ପତ୍ତି ନେଇଥିଲେ । ପ୍ରେମିକା ଜଣଙ୍କ ତାଙ୍କ ବୟଫ୍ରେଣ୍ଡକୁ ଏହା କହିଥିଲେ ଯେ, ତୁମେ କେତେ ଭଲ ହୁଅନା କାହିଁକି, ହେଲେ ତୁମ ରକ୍ତରେ ଜଣେ ସିରିଆଲ କିଲରଙ୍କ ରକ୍ତ ପ୍ରବାହିତ ହେଉଛି । ତେଣୁ ମୁଁ ତୁମ ସହ ଜୀବନ ବିତାଇପାରିବି ନାହିଁ । ଏହାପରେ ସେ ପ୍ରେମିକଙ୍କୁ ଛାଡି ଚାଲିଯାଇଥିଲେ । ପରେ ପ୍ରେମିକ ଜଣଙ୍କ ସୋସିଆଲ ମିଡିଆରେ ଏହି ଘଟଣାକୁ ଉଲ୍ଲେଖ କରିବା ସହ କିପରି ମୁଁ ମୋ ପ୍ରେମିକାଙ୍କୁ ଫେରି ପାଇବି ସେ ନେଇ ଅନ୍ୟମାନଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More