Only for Entertainment

ଜଣେ ପ୍ରକୃତ ପ୍ରେମୀ କେବେ କରି ନଥାଏ ଏହି ୪ଟି କାର୍ଯ୍ୟ !

Mulan Wallpapers
0 49

କେମିତି ଜାଣିବେ ଆପଣଙ୍କ ସାଥୀ ଆପଣଙ୍କୁ ପ୍ରେମ କରୁଛନ୍ତି ନା ନାହିଁ । ଆଉ ଯଦି ପ୍ରେମ କରୁଛନ୍ତି ତେବେ ତାହା ପ୍ରକୃତ ପ୍ରେମ ନା ନାହିଁ । ତେବେ ଯଦି ଜଣେ ସାଥୀ ତାର ବନ୍ଧୁ ବା ବାନ୍ଧବୀଙ୍କୁ ସତରେ ଭଲ ପାଉଥାଏ ତେବେ ସେ କେବେ ଏହି ୪ଟି କାର୍ଯ୍ୟ କରି ନଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଜଣେ ପ୍ରକୃତ ପ୍ରେମୀ କେବେ ଏହି ସବୁ କାର୍ଯ୍ୟ କରି ନଥାଏ । ତେବେ ଆସନ୍ତୁ ଜାଣିବା ।

  • ଯଦି ଆପଣଙ୍କ ପ୍ରେମିକ ବା ପ୍ରେମିକା ଆପଣଙ୍କୁ ସତରେ ପ୍ରେମ କରୁଥାନ୍ତି ତେବେ ସେ ଆପଣଙ୍କ ବିରୋଧରେ ନିଜ ବନ୍ଧୁମାନଙ୍କ ପାଖରେ ଆଲୋଚନା କରି ନଥାଏ । ଆପଣଙ୍କର କୌଣସି କଥାକୁ ନେଇ ଆପଣଙ୍କ ପରିହାସ କରି ନଥାଏ । କି ଆପଣଙ୍କର ଦୁର୍ବଳତାକୁ ମଧ୍ୟ ବନ୍ଧୁମାନଙ୍କଠାରେ ପ୍ରକାଶ କରି ନଥାଏ ।
  • ଆପଣ ଆପଣଙ୍କ ବନ୍ଧୁ ବା ସାଥୀକୁ ବହୁତ ଭଲ ପାଆନ୍ତି କିନ୍ତୁ ଦୁଃଖର କଥା ସେ ସବୁବେଳେ ଆପଣଙ୍କୁ ଜଜ୍ କରିଥାଏ । ତେବେ ଏହାଦ୍ୱାରା ଆପଣ ଜାଣି ନିଅନ୍ତୁ କି ସେ ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ । କାରଣ, ଯିଏ ଯାହାକୁ ପ୍ରକୃତରେ ପ୍ରେମ କରୁଥାଏ, ସେ କେବେ ଆପଣଙ୍କର ଛୋଟ ଛୋଟ କଥାକୁ ନେଇ ବାରମ୍ବାର ଜଜ୍ କରି ନଥାଏ ।
  • ଯଦି ଆପଣଙ୍କ ସାଥୀ ଆପଣଙ୍କୁ ନିଜ ହୃଦୟର ସହ ଭଲ ପାଉଥାନ୍ତି ତେବେ ସେ କେବେ କୌଣସି କଥାକୁ ନେଇ ଆପଣଙ୍କୁ ନିରାଶ କରି ନଥାଏ । କି ଆପଣଙ୍କୁ ଡିମୋଟିଭେଟ୍ ତଥା ନିରୁତ୍ସାହିତ କରି ନଥାଏ । କାରଣ, ଯଦି ସେ ଆପଣଙ୍କୁ ବାସ୍ତବରେ ପ୍ରେମ କରୁଥାନ୍ତି ତେବେ ସେ ସବୁବେଳେ ଆପଣଙ୍କର ଖୁସି ଦେଖିବାକୁ ଚାହାଁନ୍ତି ନା ଉଦାସରେ ନୁହେଁ ।
  • ଯଦି ଆପଣଙ୍କର ସାଥୀ ଆପଣଙ୍କୁ ପ୍ରକୃତରେ ପ୍ରେମ କରୁଥାନ୍ତି ତେବେ ସେ ଆପଣଙ୍କର କେବେ ହେଲେ ଅସୁବିଧା ଦେଖି ପାରି ନଥାଏ । ଏଥିସହ ଯଦି କେହି ଆପଣଙ୍କ ବିଷୟରେ କିଛି ଖରାପ କରି କହେ ତେବେ ସେ କେବେ ଏହାକୁ ସହ୍ୟ କରି ପାରି ନଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More