Only for Entertainment

ରିଲିଜ ହେଲା ଫନି କମେଡି ସିନେମା ଅର୍ଜୁନ ପଟିଆଲାର ଆଉ ଏକ ନୁଆ ଗୀତ ‘ସଚ୍ଚିୟାଁ ମୋହବତା’ !

36

୨୬ ଜୁଲାଇରେ ରିଲିଜ ହେବାକୁ ଥିବା ଫନି କମେଡି ସିନେମା ଅର୍ଜୁନ ପଟିଆଲାର ଆଉ ଏକ ନୁଆ ଗୀତ ମୁକ୍ତିଲାଭ କରିଛି । ଗୀତଟିର ନାଁ ରହିଛି ସଚ୍ଚିୟାଁ ମୋହବତା। ଏଥିରେ ଦଲଜିତ ଦୋସାଂଝ ଏବଂ କ୍ରିତିଙ୍କ ଭିତରେ ଭରପୁର ରୋମାନ୍ସ ଦେଖିବାକୁ ମିଳିଛି । ଟି ସିରିଜ ର ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ମୁକ୍ତିଲାଭ କରିଛି ।

ଏହି ଜବରଦସ୍ତ ଗୀତରେ ଶୁଣିବାକୁ ମିଳୁଛି ସଚେତ ଟଣ୍ଡନଙ୍କ ଗାୟିକୀ । ଏହି ରୋମାଂଟିକ ଗୀତରେ ସଚିନ୍ – ଜିଗର୍ ସଙ୍ଗୀତର ଭାର ତୁଲାଇଥିବା ବେଳେ ଏଥିରେ ଲିରିକ୍ସ ଦେଇଛନ୍ତି ପ୍ରିୟା ସରୈୟା । ପୂର୍ବରୁ ଫିଲ୍ମର ଦୁଇଟି ଗୀତ ୟୁଟ୍ୟବରେ ଧମାଲ ମଚାଇଥିବା ବେଳେ ଏବେ ରିଲିଜ ହେଇଥିବା ଏହି ଗୀତଟି ମଧ୍ୟ କମାଲ କରିବ ବୋଲି ଆଶା କରାଯାଉଛି । ଫିଲ୍ମରେ ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ନଜର ଆସିବେ ଅଭିନେତା ଦଲଜିତ୍ ଦୋସାଂଝ ଆଉ ତାଙ୍କ ସହ ରୋମାନ୍ସ କରିବେ କ୍ରିତି ।


ଫନି, କମେଡି ଷ୍ଟୋରୀ ଲାଇନ୍କୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ପ୍ରଯୋଜକ ଦିନେଶ ବିଜାନଙ୍କ ମ୍ୟାଡକ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍ ଜୁଗରାଜ୍ । ୨୬ ଜୁଲାଇରେ ପରଦାକୁ ଆସିବ ଏହି ଫିଲ୍ମ ଅର୍ଜୁନ୍ ପଟିୟାଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More