ଓଡିଆ ସିନେମାର ଗହଳି ଭିତରେ ଶୁଣିବାକୁ ମିଳିଛି ନୂଆ ଓଡିଆ ମ୍ୟୁଜିକ ଭିଡିଓ ଲୁଚକାଳି । ରୋମାଟିଂକ ଟ୍ରାକରେ ନୂଆ ଯୁଗଳବନ୍ଦୀଙ୍କ ରିମଝିମ ରୋମାନ୍ସ ଦେଖିବାକୁ ମିଳିଛି । ଭାଇବସ ମ୍ୟୁଜିକ ଦ୍ୱାରା ପ୍ରସ୍ତୁତ ହୋଇଛି ଲୁଚକାଳି ।
ୟୁଟ୍ୟବରେ ଚର୍ଚ୍ଚା ସାଉଁଟିଛି ନୂଆ ମ୍ୟୁଜିକ ଭିଡିଓ ଲୁଚକାଳି । ଏହି ରୋମାଟିଂକ ଗୀତରେ ନ୍ୟୁକମର ଦେବ ମହାନ୍ତି ଓ ଶିଳ୍ପା କାଟୋଇଙ୍କ ଅଭିନୟ ଦେଖିବାକୁ ମିଳିଛି । ଗୀତକୁ ଲେଖିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ ପଲାଇ ଓ ଗୌରବ ଆନନ୍ଦଙ୍କ ଆୱାଜ ରହିଛି । ଭିଟ୍ୟୁନସ ପ୍ରଡକ୍ସନ ହାଉସ ଦ୍ୱାରା ନିର୍ମିତ ହୋଇଥିବା ଏହି ରୋମାଟିଂକ ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହନ୍ତ ।