Only for Entertainment

ତେଲିଆ ତ୍ୱଚାକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ କିଛି ସରଳ ଉପାୟ

shopify.com
0 42

ଆଜିକାଲି ପ୍ରତ୍ୟେକ ଯୁବତୀ ନିଜ ସୌନ୍ଦର୍ଯ୍ୟକୁ ନେଇ ସଚେତନ । ସେଥିପାଇଁ ବଜାରରୁ ଭିନ୍ନ ଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟସ୍ କିଣି ତ୍ୱଚାରେ ବ୍ୟବହାର କରିଥାନ୍ତି । ଏହାଛଡା ଅନେକ ଯୁବତୀ ବ୍ୟୁଟି ପାର୍ଲରର ମଧ୍ୟ ସହାୟତା ନେଇଥାନ୍ତି । ଏହାଦ୍ୱାରା କିଛି ଯୁବତୀଙ୍କୁ ଏହି ସବୁ ବ୍ୟୁଟି ପ୍ରଡକ୍ଟସ୍ ନିଜ ତ୍ୱଚାରେ ଖାପ ଖାଇଥାଏ ତ ଆଉକିଛି ଯୁବତୀଙ୍କୁ ଏହି ପ୍ରଡକ୍ଟସ୍ ଜମାରୁ ଖପ ଖାଇ ନଥାଏ । ଯାହାଦ୍ୱାରା ତ୍ୱଚା ତେଲିଆ ଦେଖାଯିବା ସହିତ ତ୍ୱଚାରୁ ସୌନ୍ଦର୍ଯ୍ୟତା କମିଯାଇଥାଏ । ଯଦି ଆପଣମାନେ ଏଭଳି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କିଛି ସରଳ ଉପାୟ ।

– ଯଦି ଆପଣଙ୍କ ତ୍ୱଚା ତେଲିଆ । ତେବେ ବାରମ୍ବାର ମୁହଁକୁ ଧୁଅନ୍ତୁ ନାହିଁ । କାରଣ ତ୍ୱଚାରେ ଥିବା ପ୍ରାକୃତିକ ତେଲ ବାହାରି ଯାଇଥାଏ । ଏବଂ ତ୍ୱଚା ଶୁଷ୍କ ଦେଖାଯାଏ ।

– ତେଲିଆ ତ୍ୱଚାରୁ ରକ୍ଷା ପାଇବାକୁ ହେଲେ ନିୟମିତ ଟୋନର ପ୍ରୟଗ କରନ୍ତୁ । ଏହାଦ୍ୱାରା ତ୍ୱଚାର ପୋର୍ସ ସବୁ ବନ୍ଦ ହୋଇଯାଏ ଏବଂ ବ୍ରଣ ହେବାର ଆଶଙ୍କା କମ ଥାଏ ।

– ଯେଉଁ ବ୍ୟକ୍ତିର ଗାଲରେ ବ୍ରଣ ହୋଇଥାଏ । ତେବେ ସେମାନେ କଦାପି ସେହି ବ୍ରଣକୁ ଫଟାନ୍ତୁ ନାହିଁ । ଏହାଦ୍ୱାରା ଗାଲରେ ଦାଗ ରହିଯାଏ ।

– ତେଲିଆ ତ୍ୱଚା ବ୍ୟକ୍ତିମାନେ ସର୍ବଦା ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ । କାରଣ ଗରମ ପାଣିରେ ମୁହଁ ଧୋଇବା ଦ୍ୱାରା ତ୍ୱଚାର ସମସ୍ତ କଣିକା ଖୋଲିଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More