Only for Entertainment

ହୋଲିରେ କରନ୍ତୁ ନାହିଁ ଏହି ସମସ୍ତ କାମ, ହୋଇପାରେ ଅଶୁଭ

Latest News
38

ଆଉ ଦିନକ ପରେ ହୋଲି । ଏହି ଉତ୍ସବକୁ ସମସ୍ତେ ଆଡମ୍ବର ସହିତ ପାଳନ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ହୋଲି ଏବଂ ହୋଲିର ଆଠ ଦିନ ପୂର୍ବରୁ କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ । କୁହାଯାଏ ଏହି ୮ଦିନ ପୂରା ବର୍ଷର ଅଶୁଭ ଦିନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୮ ଦିନରେ କେଉଁ କେଉଁ କାର୍ଯ୍ୟ ନକରିବା ଉଚିତ ।

ଛୁଆର ନାମକରଣ-
ଶାସ୍ତ୍ର ଅନୁସାରେ ହୋଲିର ଆଠ ଦିନ ପୂର୍ବରୁ ଛୁଆମାନଙ୍କ ନାମ କରଣ କରିବା ଅନୁଚିତ । ଏହାକୁ ଅଶୁଭ ବୋଲି କୁହାଯାଏ ।

ନୂଆ ଘର କିଣନ୍ତୁ ନାହିଁ-
ହୋଲିର ଆଠ ଦିନ ପୂର୍ବରୁ ଅର୍ଥାତ ହୋଲିଅଷ୍ଟକରେ ନୂଆ ଘର କିମ୍ବା ଘର ପ୍ରବେଶ କରିବା ଅନୁଚିତ । କୁହାଯାଏ ଯେ ଏହି ସମୟରେ ନୂଆ ଘରେ ପ୍ରବେଶ କରିବା ଦ୍ୱାରା ଶାନ୍ତି ବଦଳରେ ଅଶାନ୍ତି ଦେଖାଯାଇଥାଏ ।

ପୋଷାକ ଏବଂ ଗହଣା କିଣନ୍ତୁ ନାହିଁ-
ହୋଲି ଏବଂ ହୋଲିର ଆଠ ଦିନ ପୂର୍ବରୁ ନୂଆ ପୋଷାକ ଏବଂ ନୂଆ ଗହଣା କିଣିବା ଅନୁଚିତ । କାରଣ କୁହାଯାେ ଏହି ସମସ୍ତ ଜିନିଷ ଚୋରୀ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ହୋଲିରେ ପୁରୁଣା ଗହଣା ଏବଂ ପୋଷାକ ପିନ୍ଧି ପାରିବେ ।

ବିବାହ କାର୍ଯ୍ୟ-
ଏହା ବତିତ ଏହି ଦିନମାନଙ୍କରେ ବିବାହ ଏବଂ ନିର୍ବନ୍ଧ ପରି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ କଳହ ଏବଂ ଅଶାନ୍ତି ଲାଗି ରହିଥାଏ । ଏହା ସହିତ ବିବାହ ଭାଙ୍ଗିବାର ଆଶଙ୍କା ରହିଥାଏ ।

ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ-
ଅଧିକାଂଶ ଲୋକେ ଏହି କଥାକୁ ନଜର ଆନ୍ଦାଜ କରିଥାନ୍ତି । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ, ହୋଲି ଏବଂ ଏହାର ଆଠଦିନ ପୂର୍ବରୁ କୌଣସି ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣ ବ୍ୟବସାୟରେ ଅସୁବିଦାର ସାମ୍ନା କରିପାରନ୍ତି ।

ନୂଆ ଗାଡି କିଣନ୍ତୁ ନାହିଁ-
ହୋଲି ଏବଂ ହୋଲିର ଆଠ ଦିନ ପୂର୍ବରୁ ନୂଆ ଗାଡି କିଣନ୍ତୁ ନାହିଁ । ଏହି ଅବସରରେ ଗାଡି କିଣିବା ଦ୍ୱାରା ଗାଡି ବାରମ୍ବାର ଖରାପ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More