Only for Entertainment

ଗର୍ଭାବସ୍ଥାର ଷ୍ଟ୍ରେଚମାର୍କକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

momjunction.com
0 33

ଗର୍ଭାବସ୍ଥା ସମୟରେ ଓଜନ ବଢିବାଦ୍ୱାରା ଚର୍ମ ଟାଣି ହୋଇଥାଏ । ଟାଣିହେବା ଦ୍ୱାରା ଅଧିକାଂଶ ମହିଳାଙ୍କ ଶରୀରରେ ଷ୍ଟ୍ରେଚ୍ ମାର୍କ ପଡିଥାଏ । ଏହି ମାର୍କ ପେଟର ନିମ୍ନଭାଗ, ଅଣ୍ଟା, ବାହୁ, ଗୋଡ ଆଦି ସ୍ଥାନରେ ପଡିଥାଏ । ଯଦି ସମୟ ଥିବା ଅବସ୍ଥାରେ ଏହି ମାର୍କ ଉପରେ ଧ୍ୟାନ ଦିଆନଯାଏ, ତେବେ ଏହାକୁ ହଟାଇବାରେ ବହୁ କଷ୍ଟ ହୋଇଥାଏ । ଆମେ ଆପମଙ୍କୁ କିଛି ସରଳ ଉପାୟ ଜଣାଇବୁ, ଯାହାଦ୍ୱାରା ଖୁବ ସହଜରେ ଷ୍ଟ୍ରେଚ୍ ମାର୍କ ଦୂର ହୋଇପାରିବ ।

ଗର୍ଭାବସ୍ଥା ପରେ ଷ୍ଟ୍ରେଚ୍ ମାର୍କକୁ ଏପରି କରନ୍ତୁ ଦୂର:

-ଚର୍ମଦାଗକୁ ଦୂର କରିବାପାଇଁ ଏଲୋଭେରା ଜେଲ୍ ଖୁବ ଲାଭଦାୟକ ହୋଇଥାଏ । ଏଲୋଭେରା ଜେଲରେ ଭିଟାମିନ୍ ଇ ତେଲ ମିଶାଇ ଷ୍ଟ୍ରେଚ୍ ମାର୍କରେ ଲଗାଇବା ଦ୍ୱାରା ଏହା ଦୂର ହୋଇଥାଏ ।

-ଆଳୁର ରସ ବା ଏହାର ପେଷ୍ଟକୁ ପ୍ରତିଦିନ ଷ୍ଟ୍ରେଚ୍ ମାର୍କରେ ଲଗାନ୍ତୁ । ଶୁଖିଯିବା ପରେ ପାଣି ଦ୍ୱାରା ଧୋଇଦିଅନ୍ତୁ । ଖୁବଶୀଘ୍ର ଆପଣଙ୍କ ଷ୍ଟ୍ରେଚ୍ ମାର୍କ ହାଲକା ହେବାକୁ ଲାଗିବ ।

-ତ୍ୱଚା ପାଇଁ ଭିଟାମିନ୍ ‘ଇ’ ଖୁବ ଲାଭଦାୟକ । ଭିଟାମିନ୍ ‘ଇ’ ତେଲରେ ଆଣ୍ଟିଅକ୍ସଡାଣ୍ଟର ତତ୍ତ୍ୱ ରହିଥାଏ । ଯାହା କୋଲେଜନକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିଥାଏ । ପ୍ରତିଦିନ ୧୫ରୁ ୨୦ ମିନିଟ୍ ପର୍ୟ୍ୟନ୍ତ ନିଜର ଷ୍ଟ୍ରେଚ୍ ମାର୍କ ଉପରେ ଭିଟାମିନ ‘ଇ’ତେଲ ଦ୍ୱାରା ମାଲିସ୍ କରନ୍ତୁ । ଏହି ତେଲ ମାର୍କକୁ କମ କରିବାରେ ସାହାଯ୍ୟ କରିଥାଏ । ଯଦି ଏହାର ବ୍ୟବହାର ଭଲଭାବେ କରାଯାଇଥାଏ ତେବେ ଏହା ଷ୍ଟ୍ରେଚମାର୍କକୁ ଦୂର କରିବାର କ୍ଷମତା ରଖିଛି ।

-ଲେମ୍ବୁ ରସ ତ୍ୱଚାର ଦାଗ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଷ୍ଟ୍ରେଚ୍ ମାର୍କରେ ଲେମ୍ବୁରସ ଲଗାଇବା ଦ୍ୱାରା ଲାଭ ହୋଇଥାଏ । ଆପଣ ଲେମ୍ବୁ ରସ ସହ କାକୁଡି ରସ ମିଶାଇ ଷ୍ଟ୍ରେଚ୍ ମାର୍କ ଉପରେ ଲଗାଇ ପାରିବେ । ନିୟମିତ ଭାବେ ଏହାର ବ୍ୟବହାର ଦ୍ୱାରା ମାର୍କ୍ସ ଧୀରେ ଧୀରେ ଦୂର ହୋଇଥାଏ ।

-ଷ୍ଟ୍ରେଚମାର୍କକୁ ଦୂର କରିବା ପାଇଁ ଶରୀରକୁ ଆଦ୍ର ରଖିବା ନିହାତି ଜରୁରୀ । ସେଥିପାଇଁ ଷ୍ଟ୍ରେଚ୍ ମାର୍କ୍ସଠାରୁ ଦୂରରେ ରହିବାପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ ।

-ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ୍ ମିଳିଥାଏ । ଯାହା କୌଣସି ପ୍ରକାର ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଷ୍ଟ୍ରେଚ୍ ମାର୍କ ଉପରେ ୧୦ରୁ
୧୫ ମିନିଟ୍ ପର୍ୟ୍ୟନ୍ତ ଅଣ୍ଡାର ଧଳାଅଂଶକୁ ଲଗାନ୍ତୁ । ଧୋଇବା ପରେ ଅଁଳା ତେଲ ଦ୍ୱାରା ମାଲିସ୍ କରନ୍ତୁ । କିଛିଦିନ ମଧ୍ୟରେ ଷ୍ଟ୍ରେଚ୍‌ ମାର୍କ୍ସ ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More