Only for Entertainment

ବଲିଉଡକୁ ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ଫିଲ୍ମମେକର ମୃଣାଳ ସେନଙ୍କ ୯୫ ବର୍ଷରେ ନିଧନ ।

Hindustan Times
22

ନିଜ ଫିଲ୍ମ ଜରିଆରେ ସାମାଜକୁ ଆଇନା ଦେଖାଇଥିବା ତଥା ବଲିଉଡକୁ ମିଥୁନ ଚକ୍ରବର୍ତ୍ତୀ ପରି କଳାକର ଭେଟି ଦେଇଥିବା ମହାନ ଫିଲ୍ମ ମେକର ମୃଣାଳ ସେନଙ୍କର ଆଜି ନିଧନ ହୋଇଯାଇଛି । ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନୀତ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଲମ୍ବା ସମୟରୁ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ସୂଚନା ଦେଇଥିଲେ ।

Mrinal-Sen

ନୀଲ୍ ଆକାଶ କେ ନିଚେ, ଭୁବନ ଶୋମ, ଏକ ଦିନ ଅଚାନକ ô, ପଦାତିକ ଏବଂ ମୃଗୟା ପରି ଫିଲ୍ମ ତାଙ୍କୁ ବଲିଉଡରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ପରିବାର ସଦସ୍ୟଙ୍କ କହିବା ଅନୁସାରେ ମୃଣାଳ ବୟସ ସମ୍ବନ୍ଧୀୟ ରୋଗ କାରଣରୁ ଅନେକ ଦିନରୁ ଅସୁସ୍ଥ ଥିଲେ । ଆଜି ସକାଳ ପ୍ରାୟ ୧୦.୩୦ରେ ତାଙ୍କର ନିଧନ ହୋଇଥିଲା । ଅନେକ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ହାସିଲ କରିଥିବା ଏହି ମହାନ ନିର୍ଦ୍ଦେଶକ ନିଜ ଫିଲ୍ମ ମାଧ୍ୟମରେ ଦୁନିଆର ସତ୍ୟତାକୁ ଚିତ୍ରଣ କରିଥିଲେ । ପଶ୍ଚିମ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଟ୍ୱିଟ କରି ସେନଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More