Only for Entertainment

ମା’ ହେବାକୁ ଯାଉଛନ୍ତି ରେସଲର ଗୀତା ଫୋଗଟ, ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା

tweeted by geeta phogat
48

ଗୀତା ଫୋଗଟଙ୍କୁ ନେଇ ଆସିଛି ଖୁସି ଖବର । ଖୁବ ଶିଘ୍ର ଗୀତା ମା ହେବାକୁ ଯାଉଛନ୍ତି । ପର୍ସନାଲ ଲାଇଫର ଏହି ଖୁସି ଖବରକୁ ଗୀତା ଏକ ଫଟୋ ଜରିଆରେ ସେୟାର କରିଛନ୍ତି । ନିକଟରେ ସେ ନିଜ ଟୁଇଟର ପେଜରେ ଏକ ଫଟୋ ଟୁଇଟ କରିଛନ୍ତି । ଯେଉଁଥରେ ବେବି ବମ୍ପ ସହ ନଜର ଆସିଛନ୍ତି ଗୀତା ଫୋଗଟ ।

ଏହି ଖୁସି ଖବର ଦୁନିଆକୁ ଜଣାଇବା ପରେ ଗୀତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କ୍ରୀଡା ଜଗତର ଠୁ ନେଇ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ମାନେ ଟୁଇଟ କରି ଦଗଂଲ ଗର୍ଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୧୬ ନଭେମ୍ବର ୨୦ରେ ରେସଲର ପବନ କୁମାର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଗୀତା ।

୨୦୧୦ରେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଗୀତ ଗୋଲ୍ଡ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ପରେ ରାତାରାତି ସେ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ପରେ ତାଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିଲା ବଲିଉଡ ଫିଲ୍ମ । ଦଙ୍ଗଲରେ ଗୀତା ଓ ତାଙ୍କ ବାପାଙ୍କ ଜୀବନକୁ ପରଦାରେ ତୋଳାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More