Only for Entertainment

ବୟଫ୍ରେଣ୍ଡ ରୋହନଙ୍କ ସହିତ ସ୍ପଟ ହେଲେ ଶ୍ରଦ୍ଧା କପୁର, ମିଡିଆକୁ ଦେଲେ ପୋଜ ! ଦେଖନ୍ତୁ ଫଟୋ-

DNA
30

ସେଲିବ୍ରିଟିମାନେ ସେମାନଙ୍କ ଲଭ ଆଫେୟାର୍ସକୁ ପୂର୍ବ ଭଳି ଏବେ ଆଉ ଲୁଚାଇବାକୁ ପସନ୍ଦ କରୁ ନାହାନ୍ତି । ସେମାନେ ନିଜ ରିଲେସନସିପକୁ ସମସ୍ତଙ୍କ ସମୁଖକୁ ମଧ୍ୟ ଆଣୁଛନ୍ତି । ଫରହାନ ଏବେ ଶିବାନୀଙ୍କ ସହ, ମଲାଇକା ଅର୍ଜୁନଙ୍କ ସହ, ଅର୍ଜୁନ ରାମପାଲ ଗ୍ରାବିଏଲାଙ୍କ ସହ ନିୟମିତ ଏକାଠି ଦେଖାଯାଉଛନ୍ତି । ଆଉ ଏହି ଧାରାରେ ଏବେ ସାମିଲ ହୋଇଛନ୍ତି ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ।

ନିକଟରେ ଶ୍ରଦ୍ଧା ତାଙ୍କର ବୟ ଫ୍ରେଣ୍ଡ ରୋହନ ଶ୍ରେଷ୍ଠଙ୍କ ସହ ଦେଖିବାକୁ ମିଳିଥିଲେ । କ୍ୟାମେରା ଆଗରେ ସେମାନେ ନିଜ ରିଲେସନକୁ ଆଦୌ ଲୁଚାଇବାକୁ ଚାହିଁ ନଥିଲେ । ବରଂ ସେମାନେ ଫଟୋ ପାଇଁ ପୋଜ ଦେଇଥିଲେ ଏବଂ ସ୍ମାଇଲ ମଧ୍ୟ କରିଥିଲେ । ଶ୍ରଦ୍ଧା ହ୍ୱାଇଟ ଏବଂ ଗ୍ରୀନ ଟ୍ରାପ ଡ୍ରେସ ସହିତ ଡେନିମ ଜ୍ୟାକେଟରେ ନଜର ଆସିଥିଲେ । ଅନ୍ୟ ପକ୍ଷରେ ରୋହନଙ୍କୁ କାଜୁଆଲ ଲୁକରେ ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ, ଶ୍ରଦ୍ଧା ଏବଂ ରୋହନଙ୍କୁ ପ୍ରଥମ ଥର ପାଇଁ କରନ ଜୋହରଙ୍କ ଦୀପାବଳି ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା । ସେବେଠାରୁ ଏହି ଦୁହିଁଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

 

 

View this post on Instagram

 

#shraddhakapoor snapped at Lower Parel

A post shared by Viral Bhayani (@viralbhayani) on

 

View this post on Instagram

 

#shraddhakapoor with her friend #rohanshrestha snapped yesterday at lower Parel @viralbhayani

A post shared by Viral Bhayani (@viralbhayani) on


ଶ୍ରଦ୍ଧାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ବହୁବଳି ପ୍ରଭାସଙ୍କ ସହିତ ସାହୋରେ ନଜର ଆସିବେ । ଏହା ବାତିତ ସାଇନା ନେହୱାଲଙ୍କ ବାୟୋପିକରେ ମଧ୍ୟ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More