Only for Entertainment

ରେସ-୩ ସେଟରେ ଘଟିଲା ବଡ ଦୁର୍ଘଟଣା, ହସ୍ପିଟାଲରେ ଭର୍ତ୍ତି ହେଲେ ଜ୍ୟାକଲିନ !

upuklive
0 53

ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିଷୟରେ ଆସିଛି ଏକ ବଡ ଖବର । ଅବୁଧାବିରେ ରେସ-୩ସୁଟିଂ ସମୟରେ ତାଙ୍କ ଆଖିରେ ଲାଗିଛି ଆଘାତ । ଏହାପରେ ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁଟିଂ ସମୟରେ ସେ ସ୍କ୍ୱାସ ଖେଳୁଥିଲେ ସେହିସମୟରେ ତାଙ୍କ ଆଖିରେ ବଲ ବାଜି ଆଘାତ ହୋଇଛି ।

ବଲିଉଡ ଲାଇଫ ମୁତାବକ, ଜ୍ୟାକଲିନଙ୍କ ଆଖିରୁ ଲଗାତାର ରକ୍ତ ବାହାରୁଥିଲା । ଏବେ ସେ ନିର୍ଦ୍ଧେଶକଙ୍କ ରକ୍ଷଣାବେକ୍ଷଣରେ ଅଛନ୍ତି । ଚିକିତ୍ସା ସମ୍ପୂର୍ଣ୍ଣ ହେବାପରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିବ । ଜ୍ୟାକଲିନ ସଲମାନଙ୍କ ସହ ସୁଟିଂ ପରେ ଦୁବାଇ ଯିବାର ପ୍ଲାନ ଥିଲା, କାରଣ ଶନିବାର ଦୁବାଇରେ ଦବଙ୍ଗ ଟୁର କନସର୍ଟ ହେବାର ଥିଲା । ମାତ୍ର ତାଙ୍କୁ ଆଘାତ ଲାଗିବା ପରେ ସେ ଏହି ସୋରେ ଏବେ ଯୋଗ ଦେଇ ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More