Only for Entertainment

ବ୍ରେଡ ଏବଂ ପିଜା ଖାଉଛନ୍ତି କି? ସାବଧାନ, ହୋଇପାରେ କ୍ୟାନସର !

Betty Crocker
0 39

ବର୍ତ୍ତମାନ ପିଢିର ଲୋକମାନେ ବାହାର ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାଦ୍ୱାରା ଅନେକ ରୋଗସମସ୍ୟାରେ ପୀଡିତ ମଧ୍ୟ ହେଉଛନ୍ତି । କାରଣ ବାହାର ଖାଇବା ପାଟିକୁ ଯେତେ ସୁଆଦିଆ ସେତେ ଅଧିକ କ୍ଷତିକାରକ ମଧ୍ୟ । ତେଣୁ ବିଶେଷ ସୂତ୍ରରୁ ପ୍ରକାଶ ବାହାର ଖାଇବାରୁ ଏବଂ ଏଭଳି ଜଙ୍କ ଫୁଡ ଖାଦ୍ୟରୁ ଯେତେ ପାରିବା ଦୂରେଇ ରହିଲେ ଆମ ଶରୀର ପାଇଁ ଲାଭଦାୟକ ।

ଯେଉଁମାନେ ବ୍ରେଡ୍ ଓ ପିଜା ଖାଉଛନ୍ତି ସେମାନେ ସାବଧାନ ରହିବା ଦରକାର। କାରଣ ବ୍ରେଡ୍ ଓ ପିଜା ଖାଇଲେ ହୋଇପାରେ କ୍ୟାନସର। ନିକଟରରେ ବିଜ୍ଞାନ ଓ ପରିବେଶ କେନ୍ଦ୍ର ବା ସିଏସ୍ଇର ପରୀକ୍ଷଣରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବ୍ରେଡ୍ରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ଯଥା ପୋଟାସିୟମ୍ ବ୍ରୋମେଟ୍ ରହୁଥିବା କଥା ସିଏସ୍ଇର ପରୀକ୍ଷଣରୁ ଜଣାପଡ଼ିଛି। ଏଥିରେ ପୋଟାସିୟମ୍ ଆୟୋଡେଟ୍ ରହୁଥିବା କଥା ମଧ୍ୟ ସୂଚନା ମିଳିଛି। ଏହା ଶରୀରରେ ଥାଇରଏଡ କ୍ୟାନସର ସୃଷ୍ଟି କରେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆଦେଶ ଦେଇଥିଲେ। ଯଦି ଏହା ସତ୍ୟ ପ୍ରମାଣିତ ହୁଏ,ତା’ହେଲେ ତେବେ ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବା ସହ ସଂପୃକ୍ତ କମ୍ପାନୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ପୂର୍ବରୁ ଦିଲ୍ଲୀର ବିଭିନ୍ନ ବେକେରୀ ଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ ୮୪ ପ୍ରତିଶତ ବ୍ରେଡରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ଥିବା କଥା ସାମ୍ନାକୁ ଆସିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More