Only for Entertainment

ବିମାନରେ ଯାତ୍ରା କରିବା ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ, ନଚେତ୍ ସମସ୍ୟା ସୃଷ୍ଟି ହୋଇପାରେ ।

Daily Express
0 33

ଗତ କିଛି ବର୍ଷ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ଲୋକ ଟ୍ରେନ ବଦଳରେ ବିମାନ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି । ପୂର୍ବରୁ ବିମାନ ଯାତ୍ରା କରିବା ପାଇଁ ଟିକେଟର ମୂଲ୍ୟ ଅଧିକ ହୋଇଥିବାରୁ ଯାତ୍ରୀମାନେ ଟ୍ରେନ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଟିକେଟ୍ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବାରୁ ବିଭିନ୍ନ ବର୍ଗର ଲୋକମାନେ ନିଜ ସକ୍ଷମତା ଅନୁସାରେ ବିମାନ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଏନେଇ ବିମାନ ଯାତ୍ରା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । କାରଣ ସମସ୍ତ ପ୍ରକାର ଖାଦ୍ୟପାନୀୟ ବିମାନ ଯାତ୍ରା ସମୟରେ ଗ୍ରହଣୀୟ ନୁହେଁ । ଏହା ବ୍ୟତୀତ ଏସବୁ ଖାଦ୍ୟ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ବିମାନ ଯାତ୍ରା ସମୟରେ ଖାଇବା ଆବଶ୍ୟକ ନୁହେଁ ।

ଛଣା ଖାଦ୍ୟ ବିମାନ ଯାତ୍ରା ସମୟରେ କିମ୍ବା ଯାତ୍ରା କରିବାର ୩୦-୪୦ ମିନିଟ୍ ପୂର୍ବରୁ ଏହାକୁ ଖାଆନ୍ତୁ ନାହିଁ । କାରଣ ଏହାଦ୍ୱାରା ଅମ୍ଳ ଓ ଗ୍ୟାସ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଛଣା ଖାଦ୍ୟରେ ସୋଡିୟମର ପରିମାଣ ଅଧିକ ଥିବାରୁ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ବିମାନ ଯାତ୍ରା ସମୟରେ ମୃଦୁପାନୀୟ ମଧ୍ୟ ପିଇବା ଅନୁଚିତ୍ । ଏହାର କାରଣରୁ ବଦ ହଜମି ହୋଇଥାଏ ।
ବ୍ରୋକୋଲି, ଫୁଲକୋବି, ବନ୍ଧାକୋବି ଆଦି ପରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ, କିନ୍ତୁ ବିମାନ ଯାତ୍ରା ସମୟରେ ଏହାକୁ ଖାଇଲେ ସହଜରେ ଏହା ହଜମ ହୋଇ ନ ଥାଏ ।

ଯଦିଓ ଫଳ ମଧ୍ୟରୁ ସେଓ ସ୍ୱସ୍ଥ୍ୟ ପାଇଁ ବହୁତ ଉପଯୋଗୀ, କିନ୍ତୁ ସେଥିରେ ଥିବା ଫାଇବର ଯୋଗୁଁ ଏହା ଭଲଭାବେ ହଜମ ହୋଇପାରେନି ।

ବିମାନରେ ଯାତ୍ରା କରିବା ସୟରେ କଫି ପିଇବା, ମସଲା ଯୁକ୍ତ ଖାଦ୍ୟ ଭୋଜନ କରିବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏନେଇ ବିମାନ ଯାତ୍ରା କରିବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ସଚେତନ ରହିବା ନିହାତି ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More