Only for Entertainment

କପୁର ପରିବାରରେ ପୁଣିଥରେ ବାଜିବ ଶାହାନାଇ, ସୋନମ କପୁରଙ୍କ ପରେ ଏହି ସୁନ୍ଦରୀ କରିବେ ବିବାହ

BollywoodShaadis
25

ବଲିଉଡ୍‌ରେ କିଛି ମାସ ହେବ ବିବାହର ଋତୁ ଆରମ୍ଭ ହୋଇଛି । ୨୦୧୮ରେ ଅନେକ ବଲିଉଡ୍‌ କଳାକାର ନିଜ ନିଜ ପ୍ରେମିକ-ପ୍ରେମିକାଙ୍କୁ ବିବାହ କରି ଦୁଇରୁ ଏକ ହୋଇଥିବା ବେଳେ ୨୦୧୯ରେ ମଧ୍ୟ ଅନେକ କଳାକାର ବିବାହ କରି ପାରନ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଆଲିଆ-ରଣବୀର ଏବଂ ମଲ୍ଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖୁବ୍‌ ଶୀଘ୍ର ଅଭିନେତ୍ରୀ ସୋନମ କପୁରଙ୍କ ଭଉଣୀ ତଥା ଅନୀଲ କପୁରଙ୍କ ସାନ ଝିଅ ପ୍ରଯୋଜିକା ରିୟା କପୁର ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

rhea kapoor

ରିୟା ସୋନମଙ୍କ ଭଳି ନିଜ ପାଇଁ ବର ଖୋଜି ନେଇଥିବା ଜଣା ପଡ଼ିଛି । ରିୟା କିଛି ଦିନ ହେଲାଣି କ୍ରିଏଟିଭ୍‌ ଡିରେକ୍ଟର କରଣ ବୁଲାନୀଙ୍କୁ ଡେଟ୍‌ କରୁଥିବା ବେଳେ ଏବେ ଖୁବ୍‌ ଶୀଘ୍ର ତାଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । ଦୁହେଁ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ହିଁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ କପୁର ପରିବାର ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More