Only for Entertainment

ରାଇସ୍ କଟଲେଟ ପ୍ରସ୍ତୁତି ପ୍ରଣାଳୀ

YouTube
32

ସାମଗ୍ରୀ :

ଭାତ : ୨୦୦ଗ୍ରାମ, ଆଳୁ : ସିଝା ହୋଇଥିବା ୧୦୦ଗ୍ରାମ ଆଳୁ, ଅଦା : ୧୦ଗ୍ରାମ, କଞ୍ଚା ଲଙ୍କା :ଦୁଇଟି, ଧନିଆ: ୧୦ଗ୍ରାମ, ଲୁଣ : ସ୍ୱାଦଅନୁସାରେ, ଗରମ ମସଲା : ୨ଗ୍ରାମ, କିସମିସ: ୧୫ଗ୍ରାମ,ଆରାରୁଟ ପାଉଡ଼ର : ଦୁଇ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ଦୁଇଟି ଆଳୁ ସିଝାଇବେ । ଅଦା , ଲଙ୍କା ଓ ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଗ୍ୟାସରେ ଏକ କଢେଇ ବସାଇ ସେଥିରେ ଗୋଟିଏ ଚାମଚ ତେଲ ଗରମ କରନ୍ତୁ । ସେଥିରେ କଟା ହୋଇଥିବା ଅଦା , ସିଝା ଆଳୁକୁ ପକାଇ ଭଲ ଭାବେ ଭାଜି ନିଅନ୍ତୁ । ଏହା ଭଲଭାବେ ଭାଜି ହେବା ପରେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ ବାହାର କରିନିଅନ୍ତୁ । ଏଥିରେ ରଖା ହୋଇଥିବା ଭାତ , ଆରାରୁଟ ପାଉଡ଼ର ,ଲଙ୍କା , ଧନିଆ ପତ୍ର , ଲୁଣ , ଗରମ ମସଲା , ଓ କିସମିସ ପକାଇ ଭଲଭାବେ ଗୋଳାନ୍ତୁ । ଏହା ପରେ ଏକ କଢେଇରେ ତେଲ ଗରମ କରି ସେଥିରେ ମିଶ୍ରଣକୁ କଟଲେଟ ଆକାରର କରି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରାଇସ୍ କଟଲେଟ । ଏହାକୁ ଆପଣ ଏକ ପାତ୍ରରେ ବାହାର କରି ଗାରନିସ କରିପାରିବେ । ଚିଲ୍ଲୀ ସସ୍ କିମ୍ବା ଟମାଟୋ ସସ୍ ସହ ଏହାକୁ ଖାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More