Only for Entertainment

ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି ରିଚର୍ଡ ଗେରେ, ଶିଳ୍ପା ଶେଟ୍ଟୀଙ୍କୁ କିସ୍ କରି ରହିଥିଲେ ଚର୍ଚ୍ଚାରେ ।

Us Weekly
0 36

ହଲିଉଡ ଅଭିନେତା ରିଚର୍ଡ ଗେରେ ଏବେ ଖୁବ ଚର୍ଚ୍ଚାରେ । ଖବର ଅନୁସାରେ ସେ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । ରିଚର୍ଡ ଗେରେଙ୍କ ଦ୍ୱିତୀୟ ପତ୍ନୀ ଏଲେଜେଣ୍ଡ୍ରା ସିଲଭା ପ୍ରେଗ୍ନେଣ୍ଟ ଅଛନ୍ତି । ଅଭିନେତ୍ରୀ ସିଲଭାଙ୍କ ସହିତ ୪ ବର୍ଷ ରିଲେସନସିପରେ ରହିବା ପରେ ଚଳିତ ବର୍ଷ ଏପ୍ରିଲରେ ଦୁହେଁ ବିବାହ କରିଥିଲେ । ଏହି ବିବାହ ସ୍ପେନରେ ଅନୁଷ୍ଠିତ ହୋଇଥିଲା । ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି ଯେ ସିଲଭା ନିଜ ଛୁଆକୁ ସ୍ପେନ ନା ଆମେରିକାରେ ଜନ୍ମ ଦେବେ ।

Richard Gere and Alejandra Silva

ଚଳିତ ବର୍ଷ ଶେଷରେ ନିଜର ୬୯ ତମ ଜନ୍ମଦିନ ପାଳନ କରିବାକୁ ଯାଇଥିବା ଗେରେ ଏବଂ ତାଙ୍କର ପୂର୍ବ ପତ୍ନୀଙ୍କର ଏକ ୧୮ ବର୍ଷିୟ ପୁଅ ଅଛି । ସେହିପରି ସିଲଭାଙ୍କର ପୂର୍ବ ପତିଙ୍କ ଠାରୁ ଏକ ୫ ବର୍ଷର ପୁଅ ଅଛି । ପୂର୍ବ ପତିଙ୍କ ତଲାକ ଦେବାପରେ ସିଲଭାଙ୍କ ସାକ୍ଷାତ ଗେରେଙ୍କ ସହିତ ହୋଇଥିଲା ।

ilpa-Shetty-and-Richard-Gere

କହିରଖୁଛୁ ଯେ ରିଚର୍ଡ ଗେରେ ଆମେରିକୀୟ ସିନେମା ଏବଂ ଟିଭି ଜଗତର ଜଣାଶୁଣା ଅଭିନେତା । ସେ ଏପର୍ଯ୍ୟନ୍ତ ଅନେକ ଟିଭି ଶୋ ଏବଂ ଫିଲ୍ମରେ କାମ କରିସାରିଛନ୍ତି । ରିଚର୍ଡ ୪୦ ବର୍ଷରୁ ଅଧିକ ସମୟ ହେବ ସିନେମା ଜଗତରେ ସକ୍ରିୟ ଅଛନ୍ତି । ରିଚାର୍ଡ ହେଉଛନ୍ତି ସେହି ଅଭିନେତା ଯେ ଭାରତ ଆସିବା ସମୟରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କୁ ମଂଚ ଉପରେ କିସ୍ କରି ଚର୍ଚ୍ଚାରେ ରହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More