Only for Entertainment

ଆପଣ ମଧ୍ୟ ଥାଇରଏଡରେ ପିଡ଼ିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ? ଚିନ୍ତା ନ କରି ଆପଣାନ୍ତୁ ଏହି ସରଳ ଉପାୟ । ଦୂର ହେବ ସମସ୍ୟା ।

womansday.com
0 49

ଭାରତରେ ଥାଇରଏଡ ଡିସଓର୍ଡର ଦ୍ରୁତ ଗତିରେ ବଢ଼ି ଚାଲିଛି । ଦେଶରେ ୪.୨ କୋଟି ଲୋକ ହାଇପୋଥାଇରଏର୍ଡିଜମ, ହାଇପରଥାଇରର୍ଡିଜମ, ହାସିମୋଟୋ ଥାଇରଏଡିଟିସ ଏବଂ ଥାଇରଏଡ କ୍ୟାନସର ଭଳି ରୋଗରେ ଶିକାର ଅଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ପ୍ରତି ୧୦ ବୟସ୍କଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହାଇଥାଇରର୍ଡିଜିମର ଶିକାର ଅଛନ୍ତି । ମହିଳାଙ୍କ ଠାରେ ଏହି ସମସ୍ୟା ତିନି ଗୁଣ ଅଧିକ ପାଇବାକୁ ମିଳେ । ଡାଇବେଟିସରେ ପୀଡିତ ପ୍ରତି ୩ଜଣ ମଧ୍ୟରୁ ଜଣେ ରୋଗୀ ଥାଇରଏଡର ଯେକୈାଣସି ସମସ୍ୟାରେ ପୀଡିତ ଏବଂ ୪୪.୩ % ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ତିନି ମାସରେ ହାଇପୋଥାଇରଏର୍ଡିଜିମରେ ପୀଡିତ ହୁଅନ୍ତିି ।

 

ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଆପଣଙ୍କ ଆହାରରେ ପର୍ଯ୍ୟାପ୍ତ ପରିମାଣର ଆୟୋଡିନର ସେବନ କରିବାକୁ ପଡିବ । ଜାଣି ରଖନ୍ତୁ ଥାଇରଏଡର ଔଷଧ ଖାଇବା ପରେ ସର୍ବନିମ୍ନ ଚାରି ଘଣ୍ଟା ପର୍ଯ୍ୟନ୍ତ ବନ୍ଧାକୋବି, ଫୁଲକୋବି, ପାଳଙ୍ଗ, ସୋୟା ଭଳି ଖାଦ୍ୟର ସେବନ କରନ୍ତୁ ନାହିଁ । ଏଭଳି ରୋଗୀଙ୍କୁ ପର୍ଯ୍ୟାନ୍ତ ପରିମାଣର ଫାଇବରର ସେବନ କରିବା ଉଚିତ୍ । ସବୁଜ ପନିପରିବା, ଫଳ ଏବଂ ଖାଦ୍ୟଶସ୍ୟର ଭରପୁର ମାତ୍ରାରେ ସେବନ କରିବା ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More