Only for Entertainment

ଋଷି କପୂରଙ୍କ ଶରୀରକୁ ନେଇ ଝିଅ ରିଦ୍ଧିମା ଦେଲେ ଲାଟେଷ୍ଟ ଅପଡେଟ !

32

ବଲିଉଡ ଅଭିନେତା ଋଷି କପୂର ଗତ କିଛି ଦିନ ପୂର୍ବେ ଆମେରିକାରେ ନିଜର ଚିକିତ୍ସା କରାଉଥିଲେ । ୨୯ସେପ୍ଟେମ୍ବରରେ ଋଷି କପୂର ଟ୍ୱିଟ କରି ଜଣାଇଥିଲେ ଯେ କିଛି ଦିନ ପାଇଁ ସେ ଆମେରିକା ଯାଉଛନ୍ତି ନିଜ ଚିକିତ୍ସା ପାଇଁ । ସେ ତାଙ୍କ ଶୁଭ ଚିନ୍ତକ ମାନଙ୍କୁ ଏଥିପାଇଁ ଚିନ୍ତା ନକରିବା ଲାଗି ଅନୁରୋଧ ମଧ୍ୟ କରିଥିଲେ । ଏବେ ତାଙ୍କ ଝିଅ ରିଧିମା ତାଙ୍କ ଶରୀର ବିଷୟକୁ ଲାଟେଷ୍ଟ ଅପଡେଟ ଦେଇଛନ୍ତି ।

ଏକ ରିପୋର୍ଟ ମୁତାବକ ରିଦ୍ଧିମା କହିଛନ୍ତି ଏବେ ଋଷି କପୂରଙ୍କ ଶରୀରରେ ସୁଧାର ଆସିଛି । କେବଳ ଏବେ ରୁଟିନ ଚେକଅପ ଏବଂ ଏହାପରେ ସବୁକିଛି ଠିକ ହେବାର ଆଶା ଅଛି । ଏହାପୂର୍ବରୁ ଋଷି କପୂରଙ୍କୁ ବିଷୟରେ ଅଫବାହ ଆସିଥିଲା ଯେ ଋଷି କପୂରଙ୍କୁ କ୍ୟାନସର ହୋଇଛି । ଏହି କଥାର ଜବାବ ଦେଇ ଋଷି କପୂରଙ୍କ ଭାଇ ଅନେକ କଥା ଲୋକଙ୍କୁ ଶୁଣାଇଥିଲେ ।

ଏହାମଧ୍ୟରେ ଋଷି କପୂରଙ୍କର ଆମେରିକାରୁ ଅନେକ ଫଟୋ ଲଗାତାର ସାମ୍ନାକୁ ଆସୁଛି , ଯେଉଁଥିରେ ପ୍ରିୟଙ୍କା ଚୋପ୍ରା, ରଣବୀର କପୂର, ଆଲିୟା ଭଟ୍ଟ, ସୋନାଲୀ ବେନ୍ଦ୍ରେ ଏବଂ ଅନ୍ୟ ମିତ୍ର ଏନଜୟ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More