Only for Entertainment

ରିଦ୍ଧିମା ଖୋଲିଲେ ଭାଇ ରଣବୀର କପୂରଙ୍କ ରାଜ, ଆଲିୟାଙ୍କ ସହ ସମ୍ପର୍କକୁ ନେଇ କହିଲେ ଏଭଳି କିଛି !

Catch News
34

ବଲିଉଡ ଅଭିନେତା ରଣବୀର କପୂର ଯେତେ ଭଲ ଅଭିନେତା ଅଟନ୍ତି ,ସେହିପରି ଭଲ ଭାଇ ମଧ୍ୟ ଅଟନ୍ତି । ଯଦି ସେ ପରିବାର ମଧ୍ୟରୁ କାହାର ବେଶୀ ନିକଟତର ଅଟନ୍ତି ତେବେ ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ତାଙ୍କ ଭଉଣୀ ରିଦ୍ଧିମା ପଣ୍ଡା । ରିଦ୍ଧିମା ନଭେମ୍ବର ମାସର ବୋଗ ମାଗାଜିନରେ ନିଜ ଭାଇଙ୍କ ପାଇଁ କିଛି ଲେଖିଛନ୍ତି । ସେ ରଣବୀରଙ୍କ ଲଭଲାଇଫକୁ ନେଇ ପିଲାଦିନ ପର୍ଯ୍ୟନ୍ତ କିଛି କଥା ଶେୟାର କରିଛନ୍ତି ମାଗାଜିନ ଜରିଆରେ ।

ସେ ଲେଖିଛନ୍ତି ରଣବୀର ପିଲା ଦିନରୁ ହିଁ ଅଭିନୟ କରିବାକୁ ପସନ୍ଦ କରୁଥିଲେ ଏବଂ ଏହି ମାମଲାରେ ତାଙ୍କ ଜେଜେ ରାଜ କପୂର ତାଙ୍କ ଉପରେ କିଭଳି ପ୍ରଭାବ ପକାଉଥିଲେ । ରଣବୀର ଆର କେ ବ୍ୟାନରର ସମସ୍ତ ଫିଲ୍ମ ଦେଖୁଥିଲେ ।

ସେ କହିଛନ୍ତି ଯେ ରଣବୀର ଜଣେ ନ୍ୟାଚୁରାଲ ପରଫର୍ମର ଅଟନ୍ତି । ସେ ନିଜ ଭୂମିକାକୁ ନେଇ ସମ୍ପୂର୍ଣ୍ଣ ଭାବେ ବଂଚନ୍ତି ଏବଂ ନୀତୁ କପୂର ଏବଂ ଋଷି କପୂରଙ୍କ ପ୍ରତିକ୍ରିୟାକୁ ଗମ୍ଭୀର ଭାବେ ନେଇଥାଆନ୍ତି । ଏହି ସମସ୍ତ କଥା ମଧ୍ୟରେ ରିଦ୍ଧିମା ରଣବୀରଙ୍କ ସହ ଆଲିୟାକୁ ନେଇ ଲଭ ଲାଇଫ ବିଷୟରେ କହିଛନ୍ତି ଯେ ଯଦି ତାଙ୍କ ଭାଇ ଖୁସି ଅଛନ୍ତି, ତେବେ ସେ ମଧ୍ୟ ଖୁସି ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More