ପରିବାରେ ପ୍ରଚୁର ପରିମାଣରେ ଭିଟାମିନ ଭରି ରହିଥାଏ । ତେଣୁ ଡାକ୍ତର ସବୁବେଳେ ଅଧିକ ମାତ୍ରାରେ ପରିବା ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଏହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳେ ।ସେହିଭଳି ଏକ ପରିବା ହେଉଛି ଜହ୍ନି ।
ଜହ୍ନି ଶରୀର ପାଇଁ ଖୁବ୍ ଉପକାରୀ। ଏଥିରେ ଭିଟାମିନ ଓ ମିନେରାଲର ପ୍ରଚୁର ପରିମାଣରେ ରହିଛି। ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ। ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ। ଡାଇବେଟିସ୍ ରୋଗରେ ଏହା ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଜହ୍ନି କିଡ୍ନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନ ଦୂର କରେ। ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥାଏ। ଯାହା ଆଖିର ଦୃଷ୍ଟିଶକ୍ତି ବଢାଏ। ବିଭିନ୍ନ ଚର୍ମ ସଂକ୍ରମଣ ରୋଗରୁ ଜହ୍ନି ଦୂରେଇ ରଖେ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି